ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା କଟକଣା
ଭୁବନେଶ୍ବର: କରୋନାକୁ ନେଇ ଏବେ ସମସ୍ତଙ୍କ ମନରେ ଭୟର ବାତାବଣ ସୃଷ୍ଟି ହୋଇଛି। କରୋନା ଠାରୁ ଦୂରେଇ ରହିବା ପାଇଁ ରାଜ୍ୟ ସରକାରଙ୍କ ରତଫରରୁ ବାରମ୍ବାର ବୈଠକ କରି ବିଭିନ୍ନ ଖବର କାଗଜ, ସୋଲିଆଲ ମିଡିଆ, ଟିଭି ଓ ବିଭିନ୍ନ ମାଧ୍ୟମରେ ଲୋକମାନଙ୍କୁ ସତର୍କ ରହିବାକୁ ପାଇଁ ପରାମର୍ଶ ଦିଆଯାଉଛି। ଏନେଇ ସରକାରଙ୍କ ତରଫରୁ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ କରୋନା କଟକଣାର ରୋକ ଲଗାଯାଇଛି। ଗଜପତି, ମୟୂରଭଞ୍ଜ, ଜିଲ୍ଲାରେ ସିନେମା ହଲ, ମେଳା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ କେନ୍ଦ୍ରପଡ଼ାରେ କୋଚିଂ ସେଣ୍ଟର, ସପିଂ ମଲ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ତମାମ ଢ଼େଙ୍କାନାଳ ଜିଲ୍ଲାରେ ୧୪୪ ଧାର ଜାରି କରାଯାଇଛି। କପିଳାସ ଓ ବଳଦେବଜିଉ ମନ୍ଦିର ଦର୍ଶନ ପାଇଁ କଟକଣା ଜାରି କରାଯାଇଛି। ଅନ୍ୟପଟେ ପଂକ୍ତି ଭୋଜନ, ସପିଂମଲ୍, ଡିୟର ପାର୍କ ବନ୍ଦ କରିବାକୁ ଘୋଷଣା ହେଇଛି। ଠିକ୍ ସେହିଭଳି ଭଦ୍ରକ ଜିଲ୍ଲାରେ ମଧ୍ୟ ବିଭିନ୍ନ ସପିଂ ମଲ୍ ଓ ସନେମା ହଲ ବନ୍ଦ ରହିଛି। ରାୟଗଡ଼ାର ପ୍ରସିଦ୍ଧ ମଝିଘରିଆଣୀ ମନ୍ଦିରରେ କରୋନା କଟକଣା ଜାରି କରାଯାଇଛି। ଆନ୍ଧ୍ର ପ୍ରଦେଶରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ କଟକଣା କରାଯାଇଛି। ମନ୍ଦିର ପରିସରରେ କୌଣସି ମୁଣ୍ଡନ କାର୍ଯ୍ୟ ହେଇ ପାରିବ ନାହିଁ।
Comments are closed.