Odisha Link
Bridging the Missing Links in Odisha

ବ୍ରହ୍ମପୁର ଓ ସମ୍ବଲପୁରରେ ମଲ୍‌ ବନ୍ଦ

ସମ୍ବଲପୁର: ବ୍ରହ୍ମପୁର ଓ ସମ୍ବଲପୁରରେ ସପିଙ୍କ ମଲ୍, ଶୋ ରୁମ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାପାଳ। ସମ୍ବଲପୁରରେ ଆସନ୍ତା ୩୧ ପର୍ଯ୍ୟନ୍ତ ମଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି।

ପ୍ରକାଶ ଯେ, କରୋନା ପାଇଁ ଆସନ୍ତାକାଲିଠୁ କଟକ ଓ ଭୁବନେଶ୍ୱରରେ ସବୁ ସପିଂମଲ୍‌ ଆସନ୍ତା ୩୧ ତାରିଖ ଯାଏଁ ବନ୍ଦ ରହିବ। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଅନ୍ୟପକ୍ଷରେ ଗଞ୍ଜାମ, ଖୋର୍ଦ୍ଧା, ଗଜପତି ଓ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି।
କରୋନା’ର ମୁକାବିଲା ପାଇଁ ଆସନ୍ତାକାଲିଠାରୁ ଖୋର୍ଦ୍ଧାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନ ଯିବାକୁ ପର୍ଯ୍ୟଟକଙ୍କ ଉପରେ କଟକଣା ଲଗାଯାଇଛି। ଜିଲ୍ଲାର କାଳୀଜାଈ, ନଳବଣ, ମଙ୍ଗଳାଯୋଡ଼ି ପକ୍ଷୀ ଅଭୟାରଣ୍ୟକୁ ଯିବାକୁ ମନା କରାଯାଇଛି। ଚିଲିକାର ପାନ୍ଥନିବାସରେ କୌଣସି ପର୍ଯ୍ୟଟକ ରହିପାରିବେନି। ଏନେଇ ଜିଲ୍ଲାପାଳ ସୀତାଂଶୁ ରାଉତ ନିର୍ଦ୍ଦେଶ ଦେଇଛନ୍ତି।

ଖୋର୍ଦ୍ଧା ପରି ଝାରସୁଗୁଡ଼ାରେ ବି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପରୀକ୍ଷା ନଥିଲେ ହଷ୍ଟେଲ ଛାଡ଼ି ଚାଲିଯିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। କରୋନାକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି।

Comments are closed.