କରୋନା ମୁକାବିଲା : ଅସ୍ଥାୟୀ କ୍ବାରେଣ୍ଟାଇନ୍ ସେଣ୍ଟର ଖୋଲିବାକୁ ପୌରସଂସ୍ଥାଙ୍କୁ ନିର୍ଦ୍ଦେଶ
ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ କରୋନା ମୁକାବିଲା ପାଇଁ ତତ୍ପର ହୋଇଛନ୍ତି ଓଡ଼ିଶା ସରକାର। କରୋନା ମୁକିବିଲା ପାଇଁ କ୍ବାରେଣ୍ଟାଇନ୍ ସେଣ୍ଟର ଖୋଲିବାକୁ ପୌରସଂସ୍ଥାଙ୍କୁ ନିର୍ଦ୍ଦେଶ। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପୌରସଂସ୍ଥାକୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କଲ୍ୟାଣ ମଣ୍ଡପ, ବାତ୍ୟା ଆଶ୍ରୟସ୍ଥଳକୁ ଅସ୍ଥାୟୀ କ୍ବାରେଂଟାଇନ କେନ୍ଦ୍ର କରିବାକୁ କୁହାଯାଇଛି।
ବାତ୍ୟା ଆଶ୍ରୟସ୍ଥଳ ଓ କଲ୍ୟାଣମଣ୍ଡପକୁ ତୁରନ୍ତ ରଙ୍ଗ କରାଯିବା ସହ ବିଜୁଳି ସଂଯୋଗ ସହ ଡିଜି ସେଟ୍ ବି ରଖିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ୱାର୍ଡ ଅଫିସରମାନେ କ୍ବାରେଂଟାଇନ କେନ୍ଦ୍ର ଗୁଡିକର ତଦାରଖ କରିବେ ଏବଂ ସେମାନଙ୍କୁ ‘ସ୍ୱଚ୍ଛ ସାଥୀ’ ମାନେ ସ୍ୱଚ୍ଛତାରେ ସହଯୋଗ କରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ କମ୍ୟୁନିଟି ହଲ୍ ଓ କଲ୍ୟାଣ ମଣ୍ଡପକୁ ଅସ୍ଥାୟୀ କ୍ବାରେଣ୍ଟାଇନ୍ ସେଣ୍ଟର କରିବା ପାଇଁ ଘୋଷଣା ହୋଇଛି। ପ୍ରାୟ ୨୫ଟି ସ୍ଥାନରେ ବିଏମସି ଅସ୍ଥାୟୀ କ୍ବାରେଣ୍ଟାଇନ୍ ସେଣ୍ଟର ଖୋଲିବ ବୋଲି ଜଣାପଡ଼ିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବାରୁ ପୂର୍ବରୁ ଏଭଳି ପ୍ରସ୍ତୁତି ଆରମ୍ଭ କରାଯାଇଛି।
Comments are closed.