Odisha Link
Bridging the Missing Links in Odisha

ଅପରାହ୍ନ ୪ଟାରେ ଶକ୍ତିକାନ୍ତଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୪ଟା ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସାମ୍ବାଦିକ ସମ୍ମିଳନୀ। କୋରୋନା ଭୂତାଣୁ ପ୍ରଭାବରେ ସଂଘର୍ଷ କରୁଥିବା ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ରେପୋ ରେଟ କମିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ଆରବିଆଇ ତାର ରେପୋ ରେଟ ଦର ବା ସୁଧହାରକୁ ୧୫ରୁ୨୫ବେସିସ ପଏଣ୍ଟ କମ କରିପାରେ ବୋଲି କୁହାଯାଇଛି। ବର୍ତ୍ତମାନ ସମୟରେ ଆରବିଆଇର ରେପୋରେଟ ଦର ୫.୧୫ ରହିଛି। ପ୍ରକାଶ ଯେ, କରୋନା ପ୍ରଭାବରରୁ ମୁକୁଳିବା ପାଇଁ ପଦକ୍ଷେପ ନେଇ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡରାଲ ରିଜର୍ଭ ଅଚାନକ ସୁଧ ଦରରେ ହ୍ରାସ କରିଛି। ଫେଡରାଲ ରିଜର୍ଭ ବ୍ୟାଙ୍କ ସୁଧ ଦର ଶୂନ୍ୟକୁ ହ୍ରାସ କରି ଆମେରିକା ଅର୍ଥନୀତିକୁ ସହାୟତା କରିବାକୁ ଚେଷ୍ଟା କରିଛି । ଫେଡରାଲ ରିଜର୍ଭ ପକ୍ଷରୁ ସୁଧହାରକୁ ହ୍ରାସ କରି ୦ରୁ ୦.୨୫ ପ୍ରତିଶତ କରିଛି। ଏହା ପୂର୍ବରୁ ମାର୍ଚ୍ଚ ୩ରେ ଫେଡ ସୁଧଦରକୁ ୦.୫ପ୍ରତିଶତ କମାଇଥିଲା ଏସବିଆଇ।

Comments are closed.