କରୋନା ପାଇଁ ସଂସଦରେ ଥର୍ମାଲ୍ ସ୍କ୍ରିନିଂ
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୧୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣକୁ ନେଇ ସାରା ଦେଶବାସୀ ଏବେ ଆତଙ୍କିତ। ଏହାକୁ ଦୃଷ୍ଟିର ରଖି ସବୁ ବିମାନ ବନନ୍ଦରରେ ଥର୍ମାଲ୍ ସ୍କ୍ରିନିଂ କରାଯାଉଥିବା ବେଳେ ଏବେ ସଂସଦରେ ମଧ୍ୟ କରୋନା ସଂକ୍ରମଣ ରୋକିବା ପାଇଁ ଥର୍ମାଲ୍ ସ୍କ୍ରିନିଂ କରାଯାଉଛି। ସାଂସଦ ମାନଙ୍କୁ ଥର୍ମାଲ୍ ସ୍କ୍ରିନିଂ କରି ସଂସଦ ଗୃହକୁ ଛଡା ଯାଉଛି। ଏଥିସହ ପରିଦର୍ଶକ ଏବଂ ସାମ୍ବାଦିକ ମାନଙ୍କୁ ମଧ୍ୟ ସ୍କ୍ରିନିଂ କରି ଭିତରକୁ ଛଡାଯାଉଛି। ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ନେବାକୁ ପରାମର୍ଶ ଦିଆଯାଉଛି।
ସୂଚନାଯାଗ୍ୟ; ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧୧୪ରେ ପହଞ୍ଚିଲାଣି। ଦେଶର ୧୪ ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ୧୨ରୁ ଅଧିକ ରାଜ୍ୟରେ ସିନେମା ହଲ୍, ସ୍କୁଲ, କଲେଜ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ସାରା ବିଶ୍ଵରେ ବର୍ତ୍ତମାନ ସୁଦ୍ଧା ୬୫୨୨ ଜଣ କରୋନା ଯୋଗୁ ପ୍ରାଣ ହରାଇ ସାରିଲେଣି।
Comments are closed.