Odisha Link
Bridging the Missing Links in Odisha

କରୋନା : ପୁରୀ ସି ବିଚ୍‌ରେ ୧୪୪ ଧାରା ଜାରି

ପୁରୀ: ସାର ବିଶ୍ବରେ କରୋନା ଭୟ। ପୁରୀ ସମୁଦ୍ର କୂଳରେ ୧୪୪ ଧାରା ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାର ଜାରି କରାଯାଇଛି। ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସହ ଜନସାଧାରଣଙ୍କ ବୁଲାବୁଲି ଉପରେ କଟକଣା ଲଗାଯାଇଛି। ପୁରୀ ସମୁଦ୍ର କୂଳରେ ଅଧିକ ସଂଖ୍ୟାରେ ଲୋକ ରୁଣ୍ଡ ହେଉଥିବାରୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ଯାହାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି।

ଏହାସହ ବେଳାଭୂମି କୂଳରେ ଥିବା ଗାନ୍ଧୀ ପାର୍କରେ ମଧ୍ୟ ୧୪୪ ଧାରା ଜାରି କରାଯାଇଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ପାର୍କରେ ପ୍ରବେଶ ଉପରେ କଟକଣା ଲଗାଯାଇଛି। ପୁରୀ ବେଳାଭୂମିରେ ‌ବଳିଆପଣ୍ଡାରୁ ପେଣ୍ଠକଟା ପର୍ଯ୍ୟନ୍ତ ଏହି କଟକଣା ଲଗାଯାଇଛି। ପର୍ଯ୍ୟଟକଙ୍କୁ ଏହା ଭିତରେ ପ୍ରବେଶକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଦୋକାନବଜାର ବି ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ୧୪୪ ଧାରା ନଉଠିବା ପର୍ଯ୍ୟନ୍ତ କେହି ଏଠାରେ ବ୍ୟବସାୟ କରିପାରିବେନି ବୋଲି କଡା ନିର୍ଦ୍ଦେଶ ଦିଆଯାଇଛି।

Comments are closed.