Odisha Link
Bridging the Missing Links in Odisha

କରୋନା କାୟା: ମୃତ୍ୟୁ ସଂଖ୍ୟା ୭୧୭୪

ରୋମ: ଉହାନ୍‌ ପରେ ଏବେ ୟୁରୋପୀୟ ରାଷ୍ଟ୍ର ଗୁଡ଼ିକ କରୋନା ଏହାର କାୟା ବିସ୍ତାର କରୁଛି। ଏବେ ଇଟାଲୀରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା କେବଳ ଇଟାଲୀରେ ୨,୧୫୮ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ସାରା ବିଶ୍ୱରେ କରୋନାରେ ୭୧୭୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୨,୭୨୩ ଆକ୍ରାନ୍ତ ଅଛନ୍ତି। ଚୀନରେ ସର୍ବାଧିକ ୩୨୨୬ ଜଣଙ୍କର ମୃତ୍ୟୁ ଘଟିଛି।

ଗତ ସପ୍ତାହଠାରୁ ଚୀନ୍‌ରେ ନୂଆ କରୋନା ମାମଲା କମିଛି। ତେବେ ଚୀନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ୟୁରୋପୀୟ ରାଷ୍ଟ୍ର ତଥା ଇଟାଲୀ ଏବଂ ସ୍ପେନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ମୃତ୍ୟୁସଂଖ୍ୟା ବି ବଢ଼ିଛି। ‌ଫେବ୍ରୁଆରି ଶେଷ ସୁଦ୍ଧା ଚୀନ୍‌ରେ ସ୍ଥିତି ଗମ୍ଭୀର ଥିଲା। କିନ୍ତୁ ଏବେ ଇଟାଲୀରେ ସ୍ଥିତି ଜଟିଳ ହୋଇ ପହିଛି। ଭାରତରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଛି।

Comments are closed.