କରୋନା: ଆଗୁଆ ମିଳିବ ୪ ମାସର ଭତ୍ତା

ଭୁବନେଶ୍ବର: ରାଜ୍ୟରେ ୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଗୁଆ ଭତ୍ତା। ଆଗୁଆ ଚାରି ମାସର ତଥା ଏପ୍ରିଲ, ମେ, ଜୁନ ଓ ଜୁଲାଇ ମାସର ଭତ୍ତା ହିତାଧିକାରୀଙ୍କୁ ପ୍ରଦାନ କରିବେ ରାଜ୍ୟ ସରକାର। ତେବେ ମଧୁବାବୁ ପେନସନ ଯୋଜନାରେ ୨୪ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଗୁଆ ଭତ୍ତା। ଏନଏସଏପି ମାଧ୍ୟମରେ ୨୪ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ମିଳିବ। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସୂଚନା। ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ହିତାଧିକାରୀଙ୍କୁ ୪ ମାସର ଭତା ଆଗୁଆ ଦିଆଯିବ। ରାଜ୍ୟର ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ। ଏପ୍ରିଲ, ମେ , ଜୁନ ଓ ଜୁଲାଇ ମାସର ଭତ୍ତା ମାର୍ଚ ଶେଷ ସୁଦ୍ଧା ବଣ୍ଟା ଯିବା ନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା।
ଅନ୍ୟପଟେ, ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥେଷ୍ଟ ପରିମାଣର ମହଜୁଦ ଥିବା ନେଇ କହିଛି ଯୋଗାଣ ବିଭାଗ । କରୋନା ଯୋଗୁ ଏହି ସାମଗ୍ରୀର କୌଣସି ଅଭାବ ରହିବନାହିଁ। ଖାଦ୍ୟ ଯୋଗାଣ ବିଭାଗ ଏନେଇ ସଚେତନ ଅଛି ଓ ଅନ୍ୟ ବିଭାଗ ସହ ସମନ୍ୱୟ ରଖି କାର୍ଯ୍ୟକରୁଛି। ତେଣୁ କୌଣସି ପ୍ରକାର ଭୟଭୀତ ନହେବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏହା ସହିତ ଆଗୁଆ ପିଡିଏସ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ତେଣୁ କୌଣସି ପ୍ରକାରର ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି। ଏବଂ ଗୁଜବକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଅଧିକ ଆବଶ୍ୟକ ହେଉଥିବା ସାନିଟାଇଜର ଓ ମାସ୍କର ଉତ୍ପାଦନ ଅଧିକ ମାତ୍ରାରେ କରାଯାଉଛି ବୋଲି ସୂଚନା ଦେଇଛନ୍ତି।
Comments are closed.