Odisha Link
Bridging the Missing Links in Odisha

ବାହାରିଲା କରୋନା ଭାଇରସ୍‌ ଟୀକା !

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା। କରୋନା ମୁକାବିଲା ପାଇଁ କୌଣସି ଭାକ୍ସିନ ବା ଔଷଧ ନ ଥିବାରୁ ଏହା ଦ୍ରୁତ ଗତିରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏପରି ପରିସ୍ଥିତିରେ କରୋନା ଭାଇରସ୍‌ ଭ୍ୟାକ୍ସିନ ବାହାରିଛି ବୋଲି ଆମେରିକା ଦାବି କରିଛି। ନିଜେ ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସର ଚିକିତ୍ସା ପାଇଁ ଭ୍ୟାକସିନ ବାହାର କରିଥିବା ଦାବି କରିଛନ୍ତି। ଏହି ଭ୍ୟାକସିନର ନାଁ mRNA-1273 କୁହାଯାଉଛି।

ଟ୍ରମ୍ପ କହିଛନ୍ତି ଏହି ଭ୍ୟାକସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସରିଛି। ଏତେ ଶୀଘ୍ର କୌଣସି ରୋଗର ଭ୍ୟାକସିନ୍ ବାହାରିବା ଇତିହାସରେ ପ୍ରଥମ। ଏହାଛଡ଼ା କୋଭିଡ ୧୯ରେ ଆକ୍ରାନ୍ତଙ୍କୁ ଭଲ କରିବା ପାଇଁ ଆଣ୍ଟି ଭାଇରାଲ ଥେରାପି ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥା ବିକଶିତ କରାଯାଉଛି। ବହୁ ଶୀଘ୍ର ଏହି ରୋଗର ଔଷଧ ମଳିଯିବ। ଟ୍ରମ୍ପ ଆହୁରି ସୂଚନା ଦେଇଛନ୍ତି ଯେ, ଆମେରିକାରେ କରୋନା ବ୍ୟାପିବାର କେନ୍ଦ୍ରସ୍ଥଳ ହୋଇଥିବା ସିଟେଲ ଅଞ୍ଚଳରେ ଏହି ଭ୍ୟାକସିନର ପ୍ରଥମ ପରୀକ୍ଷଣ କରାଯାଇଛି। ୧୮ରୁ ୫୫ ବର୍ଷିୟ ୪୫ ଜଣ ଲୋକଙ୍କ ଠାରେ ଏହି ଭ୍ୟାକସିନ ପରୀକ୍ଷା କରାଯାଇଛି। ଏବେ ତାଙ୍କୁ । ଭ୍ୟାକସିନଟି ଠିକ୍ ଭାବେ କାମ କରୁଛି କି ନାହିଁ, ଏଥିପାଇଁ ତାଙ୍କୁ ସର୍ଭେଇଲାନ୍ସରେ ରଖାଯାଇଛି। ଆମେରିକାର ଏନ୍‌ଆଇଏଚ୍‌ ଓ ବାୟୋଟେକ୍ନୋଲୋଜି କଂପାନି ମୋଡେର୍ନାର ମିଳିତ ଉଦ୍ୟମରେ ଏହି ଭ୍ୟାକସିନ ପ୍ରସ୍ତୁତ ହୋଇଛି।

ସୂଚନାଥାଉ କି, ଆମ ଦେଶରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଛି। ସାରା ବିଶ୍ବରେ ୭ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। କେବଳ ଇଟାଲିରେ ୨୭ ହଜାର ୯୮୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୩ ହଜାରରୁ ଅଧିକ ପଜିଟିଭ କେସ୍ ଚିହ୍ନଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଇଟାଲିରେ ୨ହଜାର ୧୫୮ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

Comments are closed.