କରୋନା : ହୋମ୍ କ୍ବାରେଣ୍ଟାଇନେରେ ରହିଲେ ଗଜପତି
ଭୁବନେଶ୍ବର: ମହାରାଜ ଦିବ୍ୟସିଂହ ଦେବ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପଞ୍ଜୀକରଣ ଲାଗି ଉଦ୍ଧିଷ୍ଟ ଓ୍ଵେବସାଇଟ୍ରେ ନିଜକୁ ଓ ପରିବାରକୁ ପଞ୍ଜୀକୃତ କରିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ଲାଗି ଆମେରିକା ଗସ୍ତ କରି ମାର୍ଚ୍ଚ ୧୫ ତାରିଖ ଦିନ ଭୁବନେଶ୍ୱର ଫେରିଛନ୍ତି। ଗତକାଲି ସରକାର ବିଦେଶ ଫେରନ୍ତାଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କରିବା ପରେ ଆଜି ଗଜପତି ମହାରାଜା ସ୍ୱେଚ୍ଛାକୃତ ଭାବେ ନିଜର ଓ ପରିବାର ସଦସ୍ୟଙ୍କର ପଞ୍ଜୀକରଣ କରିଛନ୍ତି।
ଆଜିପୁରୀ ଶ୍ରୀନହର ପକ୍ଷରୁ ଗଜପତି ମହାରାଜାଙ୍କ ବ୍ୟକ୍ତିଗତ ସଚିବ ଏକ ବିଜ୍ଞପ୍ତି ଜାରି କରି ଏହା ପ୍ରକାଶ କରିଛନ୍ତି। ଗଜପତି ମହାରାଜା ପରିବାର ସହ ତାଙ୍କର ଭୁବନେଶ୍ୱର ବାଭବନରେ ଆସନ୍ତା ୧୪ଦିନ ଲାଗି କ୍ୟାରେଣ୍ଟାଇନ୍ରେ ରହିବେ ବୋଲି ସୂଚନା ଦିଆଯାଇଛି। ଏଥିସହ ଗଜପତି ମହାରାଜା ଜନସାଧାଣଙ୍କୁ ନିବେଦନ କରିଛନ୍ତି ଯେ, ଯେଉଁମାନେ ବିଦେଶ ଗସ୍ତ କରି ଓଡ଼ିଶା ଫେରିଛନ୍ତି ବା ଫେରୁଛନ୍ତି ସେମାନେ ରାଜ୍ୟଜନତାଙ୍କ ସ୍ୱାର୍ଥ ଲାଗି ତୁରନ୍ତ ପଞ୍ଜୀକରଣ କରାନ୍ତୁ। ନିଜକୁ ୧୪ଦିନ ପୃଥକକରି ରଖନ୍ତୁ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପରାମର୍ଶକୁ ଅନୁସରଣ କରନ୍ତୁ।
Comments are closed.