Odisha Link
Bridging the Missing Links in Odisha

କରୋନା: ସାମାଜିକ ଦୂରତ୍ବ ପାଇଁ ଗାଇଡ୍‌ଲାଇନ୍‌ ଜାରି

ଭୁବନେଶ୍ବର: ରାଜ୍ୟରେ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାର ମୁକାବିଲା ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଉଛି। ସପିଂ ମଲ୍‌, ସ୍କୁଲ ଆଦି ବନ୍ଦ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଗହଳିକୁ ଏଡ଼ାଇକୁ ପରାମର୍ଶ ଦିଆଯାଇଛି। ଏନେଇ କରୋନା ପାଇଁ ସମାଜିକ ଦୂରତ୍ବ ନେଇ ସରକାରଙ୍କ ତରଫରୁ କମିଟି ଗଠନ କରାଯାଇଛି। ଏପିସି ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। କମିଟି ପକ୍ଷରୁ ସାମାଜିକ ଦୂରତ୍ବ ନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ନିଜ ସହ ସମାଜକୁ ସୁରକ୍ଷିତ ରଖାଯିବା ନେଇ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଏହା ସହିତ ଶିକ୍ଷାନୁଷ୍ଠାନ ବନ୍ଦ, ପରୀକ୍ଷା ସ୍ଥଗିତ, ବାହାଘର ଆଦି ଉତ୍ସବରେ ୫୦ ମଧ୍ୟରେ ଅତିଥି ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ସହିତ ଅତ୍ୟନ୍ତ ଜରୁରୀ ନଥିଲେ ସାମାଜିକ ଉତ୍ସବକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଦୂରତ୍ବ ରଖିବାକୁ ୧୪୪ ଧାରା ଜାରି କରିପାରିବେନି କର୍ତ୍ତୃପକ୍ଷ। ଜିଲ୍ଲାପାଳ କିମ୍ବା ପୋଲିସ କମିଶନର ୧୪୪ ଜାରି କରି ପାରିବେ ନାହିଁ। ୧୪୪ ପରିବର୍ତ୍ତେ ସାମାଜିକ ସଚେତନ ଦ୍ବାରା ଦୂରତ୍ବ ରହିବେ। ଆହାର କେନ୍ଦ୍ର, ଓମଫେଡ୍‌ ବୁଥ୍‌ରେ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି। ବୃଦ୍ଧବୃଦ୍ଧାଙ୍କୁ ପିଡିଏସ୍‌ ସାମଗ୍ରୀ ତାଙ୍କ ଘରେପହଞ୍ଚାଇବାକୁ ପରାମର୍ଶ ଦିଆଯାଇଛି। ପିଟିଏସ୍‌ ପାଇଁ ବ୍ୟବହୃତ ପିଓଏସ୍‌ ମେସିନକୁ ସାନିଟାଇଜ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବସ୍‌ ସାନିଟାଇଜ୍‌ ହେବ। ଯାତ୍ରୀଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ଦୂରତା ରହିବ। ବ୍ୟାଙ୍କ, ପୋଷ୍ଟଅଫିସ୍‌, ଏଟିଏମ୍‌ ସାନିଟାଇଜର ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ଖାଦ୍ୟ ପଦାର୍ଥ ପାଇଁ ସୁପରମାର୍କେଟ୍, ଗ୍ରୋସରୀ ଖୋଲା ରହିବ। ଷ୍ଟୋରରେ ୨୦ରୁ ୩୦ ଜଣ ମଧ୍ୟରେ ପଶିପାରିବା ନେଇ କଟକଣା ଜାରି କରାଯାଇଛି। ଗାଇଡ୍‌ଲାଇନ୍‌ କିମିଟି ମୁଖ୍ୟ ଏପିସି ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Comments are closed.