କରୋନା : ଏହି ୩ ଦେଶର ନାଗରିକଙ୍କୁ ଭାରତ ମନା

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ରୋକିବାକୁ ଭାରତ ସରକାର ୩୨ଟି ୟୁରୋପୀୟ ଦେଶଙ୍କ ଉପରେ କଟକଣା ଜାରି କରିଥିବା ବେଳେ ଏବେ ଆଉ ୩ ଗୋଟି ଦେଶକୁ ଭାରତ ଆସିବା ଉପରେ କଟକଣା ଜାରି କରଛନ୍ତି। ଏହି ଦେଶ ଗୁଡିକ ହେଲେ ଆଫଗାନିସ୍ତାନ, ଫିଲିପାଇନ୍ସ ଏବଂ ମାଲେସିଆ। ଏହି ଦେଶରୁ ଆସୁଥିବା ଯାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ଭାରତ ସରକାର। ।
ଏହି ନିର୍ଦେଶନାମା ଅନୁଯାୟୀ ଭାରତୀୟ ସମୟ ଅପରାହ୍ନ ୩ଟା ପରେ ଏହି ଦେଶଗୁଡିକରୁ ଭାରତକୁ କୌଣସି ବିମାନ ଉଡ଼ିବ ନାହିଁ | ପ୍ରାଥମିକ ଉଡ଼ାଣ ସମୟରେ ହିଁ ଏଭଳି କଟକଣା ଲଗାଯିବ। ଆସନ୍ତା ୧୮ ତାରିଖ ସନ୍ଧ୍ୟା ୫ଟା ୩୦ରୁ ଏହି କଟକଣା କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ ପକ୍ଷରୁ କୁହାଯାଇଛି। ଏହି ନିଷ୍ପତ୍ତି ସାମୟିକ ଭାବେ ନିଆଯାଇଛି ଏବଂ ମାର୍ଚ୍ଚ ୩୧ ପରେ ଏନେଇ ପୁଣି ବିଚାର କରାଯିବ ବୋଲି ନିର୍ଦେଶନାମାରେ କୁହାଯାଇଛି।
ୟୁରୋପୀୟ ରାଷ୍ଟ୍ର ଯଥା- ଲିକ୍ଟେନଷ୍ଟାଇନ୍, ଆଇସ୍ଲ୍ୟାଣ୍ଡ, ନରୱେ, ସୁଇସ୍ ରାଷ୍ଟ୍ରସଂଘ, ଇଂଲଣ୍ଡ ଏବଂ ତୁର୍କୀ ଭଳି ଦେଶମାନଙ୍କ ଉପରେ ଏହି କଟକଣା ଲାଗୁ ହେବ। ସବୁ ୟୁରୋପୀୟ ଦେଶମାନଙ୍କରୁ ଆସୁଥିବା ଯାତ୍ରୀମାନଙ୍କୁ ଭାରତ ନ ଆସିବାକୁ ପରାମର୍ଶ ଦିଆଯାଇଛି।
Comments are closed.