ଓଡ଼ିଶା ବିଧାନସଭାରେ ନେଭା କାର୍ଯ୍ୟକାରୀ ନିମନ୍ତେ ସ୍ୱାକ୍ଷରିତ ହେବ ତ୍ରିପାକ୍ଷିକ ବୁଝାମଣା ପତ୍ର
ଭୁବନେଶ୍ୱର : ନ୍ୟାସନାଲ ଇ-ବିଧାନ ଆପ୍ଳିକେସନ୍ ପ୍ରକଳ୍ପ (ଏନଇଭ଼ିଏ) ଓଡ଼ିଶା ବିଧାନସଭାରେ କାର୍ଯ୍ୟକାରୀ କରିବା ପାଇଁ ଭାରତ ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି ।
ଓଡ଼ିଶା ବିଧାନସଭା ଦେଶରେ ପ୍ରଥମ ବ୍ୟବସ୍ଥାପ଼ିକା ଭାବେ ଏହି ଅନୁମୋଦନ ଲାଭ କରିଛି । ନ୍ୟାସନାଲ ଇ-ବିଧାନ ଆପ୍ଳିକେଶନ ପ୍ରକଳ୍ପ କାର୍ଯ୍ୟାନ୍ବୟନ ନିମନ୍ତେ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ଯଥାଶୀଘ୍ର ସ୍ୱାକ୍ଷର ହେବ ।
ଏଥିରେ କେନ୍ଦ୍ର ସଂସଦୀୟ ବ୍ୟପାର ମନ୍ତ୍ରାଳୟରେ ସଚିବ, ଓଡ଼ିଶା ସରକାରଙ୍କ ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସଚିବ ଓ ଓଡ଼ିଶା ବିଧାନସଭାର ସଚ଼ିବ ସ୍ୱାକ୍ଷର କରିବେ। ଏହା ପରେ ପ୍ରକଳ୍ପର କାର୍ଯ୍ୟାନ୍ବୟନ ନିମନ୍ତେ କେନ୍ଦ୍ରର ଅଂଶଧନ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯିବ ।
ଏହି ପ୍ରକଳ୍ପରେ କେନ୍ଦ୍ର ସରକାରଙ୍କ ଅଂଶ ୬୦ ପ୍ରତିଶତ ଥିବାବେଳେ ରାଜ୍ୟ ସରକାରଙ୍କ ଅଂଶଧନ ୪୦ ପ୍ରତିଶତ ରହିବ ।ଉଲ୍ଲେଖଯୋଗ୍ୟ ଯେ, ଓଡିଶା ବିଧାନସଭାରେ ବାଚସ୍ପତ଼ିଡଃ. ସୂର୍ଯ୍ୟନାରାୟଣ ପାତ୍ର ଏଥି ପୂର୍ବରୁ କେନ୍ଦ୍ର ସରକାରଙ୍କ ସେହିତ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ଓ ଏ ସମ୍ପର୍କିତ କମିଟିରେ ଅନ୍ୟତମ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।
Comments are closed.