Odisha Link
Bridging the Missing Links in Odisha

କରୋନା: ମୋବାଇଲ ପ୍ରତି ସାବଧାନ ରହିବାକୁ ପରାମର୍ଶ

ଭୁବନେଶ୍ବର: କରୋନା ସଂକ୍ରମଣର ମୁକାବିଲା ପାଇଁ ମୋବାଇଲ ପ୍ରତି ସାବଧାନ ହେବାକୁ ସୁବ୍ରତ ବାଗ୍‌ଚୀଙ୍କ ପରାମର୍ଶ। ମୋବାଇଲ ଫୋନ ଜରିଆରେ ସଂକ୍ରମଣ ହେବାର ସମ୍ଭାବନା ଥିବାରୁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସତର୍କ କରାଇଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ କରୋନା ସମ୍ପର୍କରେ ଆଜି ଅପରାହ୍ନରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ, ଜଣେ ଲୋକ ଦିନକୁ ହାରାହାରି ୨୬୦୦ ଥର ନିଜ ମୋବାଇଲ ଛୁଇଁଥାଏ ଏବଂ ୭୬ ଥର ମୋବାଇଲ ବ୍ୟବହାର କରିଥାଏ। ଫଳରେ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ବାଗ୍‌ଚୀ ଆହୁରି କହିଛନ୍ତି, ମୋବାଇଲ ବ୍ୟବହାର ପ୍ରତି ସାବଧାନ ହେବା ସହ ନିଜ ମୋବାଇଲ୍‌କୁ ଦୈନିକ ୪ରୁ ୫ ଥର ସାନିଟାଇଜରରେ ପୋଛନ୍ତୁ। ମୋବାଇଲ୍‌କୁ ଟେବୁଲ ଉପରେ ନ ରଖି ବ୍ୟାଗ୍‌ରେ ରଖନ୍ତୁ। କରୋନାରେ କାଲି ଦେଶରେ ୧୧୫ ଜଣ ଆକ୍ରାନ୍ତ ଥିବା ବେଳେ ଏହା ବୃଦ୍ଧି ପାଇ ୧୨୬ ଛୁଇଁଚି। ଏବଂ କାଲି କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଥିବା ବେଳେ ଆଜି ଏହା ୩କୁ ବୃଦ୍ଧି ପାଇଛି।

Comments are closed.