ସିନ୍ଧିଆ ଆମ ନେତା: କଂଗ୍ରେସ ବିଦ୍ରୋହୀ ବିଧାୟକ

ବେଙ୍ଗାଲୁରୁ: ମଧ୍ୟପ୍ରଦେଶ ରାଜନୀତିରେ ନୂଆମୋଡ଼। କିଛିଦିନ ବେଙ୍ଗାଲୁରୁର ଏକ ହୋଟଲେରେ ରହୁଥିବା କଂଗ୍ରେସ ବିଦ୍ରୋହୀ ବିଧାୟକ ଆଜି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଗଣମାଧ୍ୟମକୁ ବିଦ୍ରୋହୀ ବିଧାୟକ କହିଛନ୍ତି ଯେ, ଆମ ନେତା ହେଉଛନ୍ତି ଜୋତିରାଦିତ୍ୟ ସିନ୍ଧିଆ। ଆମେ ତାଙ୍କ ସହ ସର୍ବଦା ରହିବୁ। ଆମେ ଏବେ ବିଜେପିକୁ ଯିବୁ ନା ନାହିଁ ତାହା ନିଷ୍ପତ୍ତି ହୋଇନାହିଁ। ବିଚାର କଲା ପରେ ନିଷ୍ପତ୍ତି ନେବୁ ବୋଲି କହିଛନ୍ତି କଂଗ୍ରେସ ବିଦ୍ରୋହୀ ବିଧାୟକ।
ଏଥିସହିତ ଆମକୁ କେହି ଅଟକ ରଖି ନାହାନ୍ତି ଆମେ ଆମ ଇଚ୍ଛାରେ ଆସି ଏଠି ଅଛୁ ବୋଲି କହିଛନ୍ତି କଂଗ୍ରେସ ବିଦ୍ରୋହୀ ବିଧାୟକ। ଆମକୁ ସୁରକ୍ଷା ମିଳିଲେ ଆମେ ଭୋପାଳ ଯିବାକୁ ପ୍ରସ୍ତୁତ ବୋଲି କହିଛନ୍ତି କଂଗ୍ରେସ ବିଦ୍ରୋହୀ ବିଧାୟକ।
ଅପରପକ୍ଷେ ଆଜି ସୁପ୍ରିମକୋର୍ଟରେ ମଧ୍ୟପ୍ରଦେଶ ରାଜନୀତି ଫ୍ଲୋର ଟେଷ୍ଟକୁ ନେଇ ଶୁଣାଣି କରିବେ।
Rebel Congress MLA Imarti Devi, in Bengaluru: Jyotiraditya Scindia is our leader. He taught us a lot. I'll always stay with him even if I had to jump in a well https://t.co/U6Pe7GjhVM pic.twitter.com/ggjtCOFcA8
— ANI (@ANI) March 17, 2020
Comments are closed.