Odisha Link
Bridging the Missing Links in Odisha

କରୋନା ମୁକାବିଲା ପାଇଁ ୩୦ ଅଧିକାରୀ ନିୟୋଜିତ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ। କରୋନାର ସଫଳ ମୁକାବିଲା ଏବଂ ଏଥିପାଇଁ ଚାଲିଥିବା କାର୍ଯ୍ୟାନୁଷ୍ଠାନର ପରିଚାଳନାରେ ରାଜ୍ୟ ସରକାରମାନଙ୍କୁ ସହଯୋଗ କରିବା ପାଇଁ କେନ୍ଦ୍ର ସରକାର ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବ ପାହ୍ୟାର ୩୦ ଜଣ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି। ଭାରତରେ ୧୪୭ ଜଣ ଆକ୍ରାନ୍ତ ଏବଂ ତିନି ଜଣଙ୍କ କରୋନାରେ ମୃତ୍ୟୁ ପରେ କରୋନା ମୁକାବିଲା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ୩୦ ଅଧିକାରୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କୋଭିଡ-୧୯ ମୁକାବିଲା ନେଇ ସମନ୍ୱୟ ରଖିବେ।

ଭାରତରେ ଆକ୍ରାନ୍ତକ ସଂଖ୍ୟା ୧୪୭ ଛୁଇଁଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସ୍ପଷ୍ଟ କରିଛି। ଲଗାତାର ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଭୂତାଣୁ ସଂକ୍ରମଣ ରୋକିବାକୁ ସରକାର ସପିଂମଲ ଠାରୁ ଆରମ୍ଭ କରି ଶିକ୍ଷା ସଂସ୍ଥା, ସଭା ସମିତି ବନ୍ଦ କରିଛନ୍ତି। ଲଦାଖରେ ଜଣେ ଭାରତୀୟ ଯବାନଙ୍କ ଠାରେ କରୋନା ଭାଇରସ୍‌ ଚିହ୍ନଟ ହୋଇଛି। ସଂପୃକ୍ତ ଯବାନଙ୍କ ପିତା ନିକଟରେ ଇରାନରୁ ଫେରିଥିଲେ। ଉଭୟଙ୍କ ରକ୍ତ ନମୁନା ପରୀକ୍ଷା ପରେ ଉଭୟଙ୍କ ଠାରେ କରୋନା ଭାଇରସ ପଜିଟିଭ ରିପୋର୍ଟ ଆସିଛି।

Comments are closed.