Odisha Link
Bridging the Missing Links in Odisha

ଆଇଟି ସଂସ୍ଥାକୁ କରୋନା ସତର୍କତା

ଭୁବନେଶ୍ବର: କରୋନା ସତର୍କତା ପାଇଁ ରାଜ୍ୟର ସମସ୍ତ ଆଇଟି ସଂସ୍ଥାକୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇଟି ସଂସ୍ଥାରେ କାର୍ଯ୍ୟରତ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବିଦେଶ ଗସ୍ତ କରିଥିବା କର୍ମଚାରୀଙ୍କ ନାଁ ପଞ୍ଜୀକରଣ କରିବାକୁ ମଧ୍ୟ କୁହାଯାଇଛି । www.covid19.odisha.gov.in ଓ୍ବେବ୍‌ସାଇଟରେ ଯାଇ ବିଦେଶ ଫେରନ୍ତା କର୍ମଚାରୀ ପଞ୍ଜୀକରଣ କରିବାକୁ କୁହାଯାଇଛି। ସବୁ ଆଇଟି ସଂସ‌୍ଥା ଏବଂ ବିଭାଗୀୟ ନିର୍ଦ୍ଦେଶକଙ୍କୁ ରାଜ୍ୟ ସରକାର ଏହି ନିର୍ଦ୍ଦେଶ ନାମା ଜାରି କରିଛନ୍ତି।

ସୂଚନା ମୁତାବକ, ଭାରତରେ ଆକ୍ରାନ୍ତକ ସଂଖ୍ୟା ୧୪୭ରେ ପହଞ୍ଚିଥିବା ବେଳେ ୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଓଡିଶାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସେ ଏବେ ଭୁବନେଶ୍ବର କ୍ୟାନିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦେଶରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସଂକ୍ରମଣ ରୋକିବାକୁ ସରକାର ସପିଂମଲ ଠାରୁ ଆରମ୍ଭ କରି ଶିକ୍ଷା ସଂସ୍ଥା, ସଭା ସମିତି ବନ୍ଦ କରିଛନ୍ତି।

Comments are closed.