କରୋନା: କଳକାରଖାନା କର୍ମଚାରୀଙ୍କ ପାଇଁ ଗାଇଡଲାଇନ

ଭୁବନେଶ୍ୱର: କରୋନାକୁ ନେଇ କଳକାରଖାନା କର୍ମଚାରୀଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଗାଇଡଲାଇନ୍ ମୁତାବକ କଳ କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ସାବୁନ ଓ ହ୍ୟାଣ୍ଡ ୱାସ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀମାନେ ଯେପରି ହାତ ଧୋଇବେ ଏବଂ ସଫା ସୁତରା ରହିବେ ସେ ନେଇ ଧ୍ୟାନ ଦେବାକୁ କୁହାଯାଇଛି। ଏବଂ କୌଣସି କର୍ମଚାରୀ ଯଦି ଅସୁସ୍ଥତା ଅନୁଭବ ତେବେ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାସହ କାରଖାନାରେ ଏକାସଙ୍ଗେ ଅଧିକ ଲୋକଙ୍କୁ କାମରେ ନିୟୋଜିତ ନ କରିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୦୪ ନମ୍ବରକୁ ଫୋନ୍ କରି କର୍ମଚାରୀଙ୍କ ତଥ୍ୟ ଜଣାଇବାକୁ ଚିଠିରେ ଉଲ୍ଲେଖ ରହିଛି। ଯଦି, କରୋନା ଲକ୍ଷଣ ଜଣାପଡ଼େ ତେବେ ତୁରନ୍ତ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ଫ୍ୟା୍ରି ଆଣ୍ଡ ବଏଲର ନିର୍ଦ୍ଦେଶକ ଏନ୍ ତିରୁମାଲା ନାୟକଙ୍କ ପକ୍ଷରୁ ରାଜ୍ୟର ସମସ୍ତ କଳ କାରଖାନା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି।
Comments are closed.