ଦିଗବିଜୟ ବଲିଉଡରେ ଥିଲେ ଅମିତାଭ ବଚ୍ଚନ ପଛରେ ପଡ଼ି ଯାଇଥାନ୍ତେ: କୈଳାସ ବିଜୟବର୍ଗିୟ

ଭୋପାଳ: ମଧ୍ୟପ୍ରଦେଶରେ ଲାଗି ରହିଛି ରାଜନୈତିକ ସଙ୍କଟ। ଆଜି ସୁପ୍ରିମକୋର୍ଟରେ ବିଜେପି ପକ୍ଷରୁ ଦାୟର ହୋଇଥିବା ଫ୍ଲୋର ଟେଷ୍ଟ ମାମାଲାର ସୁପ୍ରିମକୋର୍ଟ ଶୁଣାଣି ଜାରି ରଖିଛନ୍ତି। ଏହାରି ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ବେଙ୍ଗାଲୁରୁ ଥିବା ବିଧାୟକଙ୍କୁ ଯାଇ ଭେଟିବା ପାଇଁ ପ୍ରୟାସ କରିଥିଲେ। ତା ପୂର୍ବରୁ ତାଙ୍କୁ ପୁଲିସ୍ ଗିରଫ କରିଥିବା ସୂଚନା ରହିଛିି। ହେଲେ ଦିଗବିଜୟଙ୍କ ଏଭଳି ପ୍ରୟାସକୁ ନେଇ ବିଜେପିର ବରିଷ୍ଠ ନେତା କୈଳାସ ବିଜୟବର୍ଗିୟ ଦିଗବିଜୟଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯଦି ଦିଗବିଜୟ ସିଂହ ବଲିଉଡରେ ଥାଆନ୍ତେ ତେବେ ସେ ଅମିତାଭ ବଚ୍ଚନଙ୍କୁ ପଛରେ ପକାଇ ଦେଇଥାନ୍ତେ।
ଦିଗବିଜୟ ସିଂହ ବୁଧବାର ବେଙ୍ଗାଲୁରୁରେ ପହଞ୍ଚି ଧାରଣା ଦେବା ଘଟଣାକୁ ନେଇ ବିଜୟବର୍ଗିୟ ଟୁଇଟ କରିଛନ୍ତି। ସେ କହିଛନ୍ତି ଯେ, “ବେଙ୍ଗାଲୁରୁରେ ପ୍ରହସନ!!!, ଆମର ସୌଭାଗ୍ୟକି ଏହି ମାନନୀୟ ରାଜନୀତିରେ ଅଛନ୍ତି। ଯଦି ସେ ବଲିଉଡରେ ଥାଆନ୍ତେ ତେବେ ଅମିତାଭ ବଚ୍ଚନଙ୍କୁ ପଛରେ ପକାଇ ଦେଇଥାନ୍ତେ। ଦିଗବିଜୟଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି କୈଳାସ ବିଜୟବର୍ଗିୟ ।
बेंगलुरु में नौटंकी !!!
हमारा सौभाग्य है कि ये माननीय राजनीति में है। यदि बॉलीवुड में होते तो अमिताभ बच्चन जी को भी मात कर देते! pic.twitter.com/1oXQM1vxhi
— Kailash Vijayvargiya (@KailashOnline) March 18, 2020
Comments are closed.