ମାନିଲେନି କଟକଣା: ଶିକ୍ଷାନୁଷ୍ଠାନରେ ରେଡ
ଭୁବନେଶ୍ୱର: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି। ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ତେବେ କରୋନା କଟକଣାକୁ ଯେଉଁମାନେ ମାନୁନାହାନ୍ତି ସେମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏନେଇ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢଉ ପାଇଁ ୪ଟି ସ୍କ୍ୱାର୍ଡ ଗଠନ କରାଯାଇଛି। ଖୋଲାଥିବା କୋଚିଂ ଓ ଘରୋଇ ସ୍କୁଲ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ହୋଟେଲ ଓ ଗେଷ୍ଟ ହାଉସରେ ବିଏମସି ପକ୍ଷରୁ ଚଢଉ କରାଯାଇଛି। କରୋନା ଗାଇଡଲାଇନ ନେଇ ସ୍ୱତନ୍ତ୍ର ସ୍କ୍ୱାର୍ଡ ପକ୍ଷରୁ ଚଢଉ କରାଯାଉଛି। ଚଢଉ ବେଳେ ଜୟଦେବ ବିହାର ଅଞ୍ଚଳରେ ଏକ ବେଆଇନ ଗେଷ୍ଟହାଉସ ଠାବ କରାଯାଇଛି। ବିନା ରେଜିଷ୍ଟ୍ରେସନରେ ଏହି ଗେଷ୍ଟ ହାଉସ ଚାଲିଥିବା ଜଣାପଡ଼ିବା ପରେ ତାକୁ ସିଲ କରାଯାଇଛି।
Comments are closed.