ମାଟ୍ରିକ୍ ଖାତା ଦେଖା ୧୯ରୁ, ଆଜି ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେବେ ପରୀକ୍ଷକ
ଭୁବନେଶ୍ବର: ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ତେଣୁ ଆଜି କାର୍ଯ୍ୟରେ ଯୋଗଦେବେ ଶିକ୍ଷକ ଓ ଶିକ୍ଷୟିତ୍ରୀ। ଚଳିତ ବର୍ଷ ୬୧ ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ କରିବେ ୧୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ । ତେବେ କରୋନାକୁ ନେଇ ଯେଉଁଭଳି ସ୍ଥିତି ଉପୁଜୁଛି ସେଥିଲାଗି ଅନେକ ପ୍ରତିଷେଧମୂଳକ ପଦକ୍ଷେପ ନିଆଯିବ। ସରକାରଙ୍କ ଦ୍ବାରା ଜାରି କରାଯାଇଥଇବା ଗାଇଡଲାଇନକୁ ଶତ ପ୍ରତିଶତ କାର୍ଯ୍ୟକାରି କରାଯିବ ବୋଲି କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି।
୩ଟି ପର୍ଯ୍ୟାୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମୂଲ୍ୟାୟନ କେନ୍ଦ୍ରକୁ ଯିବେ। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ପ୍ରତ୍ୟେକ ଟେବୁଲ ମଧ୍ୟରେ ନିର୍ଦ୍ଧିଷ୍ଟ ଦୂରତା ରଖାଯିବ। ଏଥର ମୋଟ୍ ୨ ହଜାର ୮ ଶହ ୮୮ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୬୦ ହଜାର ୯୦୫ ଜଣ ପରୀକ୍ଷାର୍ଥୀ। ହାଇସ୍କୁଲ ସାର୍ଟିଫିକେଟ୍ ପାଇଁ ୫ ଲକ୍ଷ ୪୭ ହଜାର ୭୬୧ଜଣ ଛାତ୍ରଛାତ୍ରୀ, ମୁକ୍ତ ବିଦ୍ୟାଳୟରେ ୯ ହଜାର ୭ ଶହ ୭୧ ଜଣ ଏବଂ ମଧ୍ୟମା ପାଇଁ ୪୫ଟି ପରୀକ୍ଷା କେନ୍ଦ୍ରରେ ୩ ହଜାର ୩୭୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ତେବେ ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଉଥିବାରୁ ରେଜଲ୍ଟ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ କୁହାଯାଇଛି।
Comments are closed.