Odisha Link
Bridging the Missing Links in Odisha

କରୋନା: ଜଣେ ଭାରତୀୟ ଯବାନ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତୀୟ ସେନା ବାହିନୀର ଜଣେ ଯବାନ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେନାବାହିନୀରେ କରୋନା ଆକ୍ରାନ୍ତ ହେବାରେ ଏହା ହେଉଛି ପ୍ରଥମ ଘଟଣା। ଗତକାଲି ଯବାନ ଜଣଙ୍କ ନମୁନା ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ଯବାନଙ୍କୁ ଅଲଗା ରଖାଯାଇ ତାଙ୍କ ଚିକିତ୍ସା ଚାଲିଛି।

ସେନା ସୂତ୍ରରୁ ପ୍ରକାଶ ଯେ, ଲଦାଖ ସ୍କାଉଟର ୩୪ ବର୍ଷ ବୟସ୍କ ଏହି ଯବାନ ଜଣକ ଫେବ୍ରୁଆରି ୨୫ ତାରିଖରୁ ମାର୍ଚ୍ଚ ୧ ତାରିଖଯାଏଁ ଛୁଟି ନେଇଥିଲେ। ଯବାନଙ୍କ ବାପା ଇରାନ୍ ଯାଇ ଫେବୃଆରୀ ୨୭ ତାରିଖରେ ଫେରିଥିଲେ। ତାଙ୍କ ବାପା ମଧ୍ୟ କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ନେଇ ନମୁନା ପରୀକ୍ଷଣରୁ ଜଣାପଡ଼ିଥିଲା ତାଙ୍କ ବାପାଙ୍କୁ ୨୯ ଫେବୃଆରୀଠାରୁ ଅଲଗା ରଖାଯାଇ ଚିକିତ୍ସା ଚାଲିଛି। ଏବେ ଯବାନଙ୍କ ପତ୍ନୀ ଓ ଭଉଣୀଙ୍କୁ ମଧ୍ୟ ପୃଥକ୍‌ ରଖାଯାଇଛି।

ସୂଚନାଯୋଗ୍ୟ, ଗତକାଲି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ ଆକଳନ ମୁତାବକ ଭାରତରେ କରୋନାଭାଇରସ୍‌ ସଂକ୍ରମଣ ଦ୍ୱିତୀୟ ସ୍ତରରେ ରହିଛି। ତୃତୀୟ ସ୍ତରରେ ପହଞ୍ଚି ନାହିଁ। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୧୪୭ ଥିବାବେଳେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି।

Comments are closed.