କରୋନା: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ‘ସେଫ୍ ହ୍ୟାଣ୍ଡ ଚ୍ୟାଲେଞ୍ଜ’

ଜେନିଭା: କରୋନା ଭାଇରସ୍ କୁ ନେଇ ଏବେ ସାରା ବିଶ୍ବରେ ସଚେତନତା ବାର୍ତ୍ତା ଦିଆଯାଉଛି। ନେତା, ଅଭିନେତା, ଖେଳାଳୀ ସମସ୍ତେ ଦେଶବାସୀଙ୍କୁ ହାତ ଧୋଇବାର ପ୍ରଣାଳୀ ବିଷୟରେ ଅବଗତ କରାଇ ସଚେତନ କରାଉଛନ୍ତି। ଏଭଳି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ପାଦେ ଆଗେଇ ‘ସେଫ୍ ହ୍ୟାଣ୍ଡ ଚ୍ୟାଲେଞ୍ଜ’ ଅଭିଯାନର ଆରମ୍ଭ କରିଛି। ଏହି ଅଭିଯାନ ମାଧ୍ୟମରେ ସମସ୍ତଙ୍କୁ ଆଲକହଲ୍ ଯୁକ୍ତ ସାନିଟାଇଜର୍ କିମ୍ବା ସାବୁନରେ ହାତ ଧୋଇବାକୁ ଅପିଲ୍ କରାଯାଇଛି। ପ୍ରାଣଘାତୀ କରୋନା ଭାଇରସ୍ ଯୋଗୁଁ ବିଶ୍ବବ୍ୟାପୀ ମୃତ୍ୟୁହାର ୭୦୦୦ରୁ ଅଧିକ ହୋଇଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲୋକଙ୍କୁ ମାରାତ୍ମକ ଜୀବାଣୁ ବିଷୟରେ ଅବଗତ କରାଇବା ଏବଂ ସ୍ବଚ୍ଛ ରହିବାର ମହତ୍ତ୍ବକୁ ଜଣାଇବା ପାଇଁ ‘ସେଫ୍ ହ୍ୟାଣ୍ଡ ଚ୍ୟାଲେଞ୍ଜ’ ଆରମ୍ଭ କରିଛି।
ଲୋକଙ୍କୁ କରୋନା ଭାଇରସ୍ ସହ ଲଢ଼ିବାକୁ ସାହାଯ୍ୟ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଭିଡିଓ ସେୟାର କରିଛି। ସମସ୍ତ ବ୍ୟକ୍ତିବିଶେଷଙ୍କୁ ଏହି ଚ୍ୟାଲେଞ୍ଜରେ ଯୋଗ ଦେବା ସହ ହାତ ଧୋଇବାର ଭିଡିଓ ସେୟାର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଭିଡିଓରେ କରୋନାଭାଇରସ୍ ଠାରୁ ନିଜକୁ ରକ୍ଷା କରିବା ପାଇଁ ସଠିକ୍ ଉପାୟ ମଧ୍ୟ ପ୍ରଦର୍ଶନ କରାଯାଇଛି।
There are simple things we each must do to protect ourselves from #COVID19, including 👐 washing with 🧼 & 💦 or alcohol-based rub.
WHO is launching the #SafeHands Challenge to promote the power of clean 👐 to fight #coronavirus.
Join the challenge & share your 👐 washing video! pic.twitter.com/l7MDw1mwDl— World Health Organization (WHO) (@WHO) March 13, 2020
Comments are closed.