Odisha Link
Bridging the Missing Links in Odisha

ଆସନ୍ତାକାଲି ୟେସ୍ ବ୍ୟାଙ୍କ ଫେରାଇବ ଶ୍ରୀମନ୍ଦିରର ୫୪୫ କୋଟି!

ପୁରୀ: ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କାର ଭବିଷ୍ୟତକୁ ନେଇ ଗତ କିଛି ଦିନ ହେଲା ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିବାବେଳେ ଏହାରି ଭିତରେ ଏକ ଭଲ ମିଳିଛି। ତାହା ହେଲା ଆସନ୍ତାକାଲି ୟେସ ବ୍ୟାଙ୍କରୁ ମହାପ୍ରଭୁ ଜଗନ୍ନାଥ ଟଙ୍କା ଫେରିବ। ତେବେ ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୩୮୯ କୋଟି ଟଙ୍କା ଫେରିବ ବୋଲି ଜଣାଯାଇଛି। ୟେସ ବ୍ୟାଙ୍କରୁ ପୁରୀ ୟୁକୋ ବ୍ୟାଙ୍କ ଶାଖାକୁ ଉକ୍ତ ପରିମାଣର ଟଙ୍କା ଫେରିବ। ଇ-ଟ୍ରାନ୍ସଫର ମାଧ୍ୟମରେ ଉକ୍ତ ଟଙ୍କା ଆସିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ମାର୍ଚ୍ଚ ୧୯ ତାରିଖରେ ଟଙ୍କା ଜମା କରାଯାଇଥିଲା। ଆସନ୍ତାକାଲି ମାଚୁ୍ୟରିଟି ପୂରୁଥିବାରୁ କାଲି ଟଙ୍କା ଉଠିବ । ଜମା ଥିବା ମୋଟ ୫୪୫ କୋଟିରୁ ୩୮୯ କୋଟି ଆସନ୍ତାକାଲି ଉଠିବ ।

Comments are closed.