Odisha Link
Bridging the Missing Links in Odisha

କରୋନା ଭୟରେ କୁକୁଡାକୁ ବାହାରକୁ ଛାଡିଦେଲେ ବ୍ୟବସାୟୀ

ଗଞାମ : କରୋନା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରି ସାରିଲାଣି । ସରକାର ଏଥିନିମନ୍ତେ ଅନେକ ଚେଷ୍ଟା ମଧ୍ୟ କରୁଛନ୍ତି । ବଜାରରେ ମାସ୍କର ଚାହିଦା ବଢିଯାଇଛି । କରୋନା ଭୟରେ ଅନେକ ବ୍ୟକ୍ତି ଜୀବଜନ୍ତୁଙ୍କୁ ବାହାରକୁ ଛାଡ଼ି ଦେଉଛନ୍ତି ।

ଗଞାମ ଜିଲ୍ଲା କଂଟିଆଗଡରେ କୁକୁଡ଼ା ବ୍ୟବସାୟୀ କରୋନା ଭୟରେ ହଜାର ହଜାର କୁକୁଡା ବାହାରେ ଛାଡି ଦେଇଛନ୍ତି । କରୋନା ଯୋଗୁଁ ଦୀର୍ଘଦିନ ହେଲା ବ୍ୟବସାୟୀ କୁକୁଡା ନେଉନଥିଲେ । ମାଲିକ ସଦାନନ୍ଦ ସ୍ୱାଇଁ ୪ ହଜାରରୁ ଅଧିକ କୁକୁଡାକୁ ଫାର୍ମରୁ ବାହାରକୁ ଛାଡିଦେଇଥିଲେ। ଏହାପରେ କୁକୁଡାକୁ ଘରକୁ ନେବା ପାଇଁ ଗାଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ।

Comments are closed.