Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀଙ୍କ “ଜନତା କର୍ଫ୍ୟୁ” ଆହ୍ବାନକୁ ସଫଳ କରନ୍ତୁ ଦେଶବାସୀ : ଧର୍ମେନ୍ଦ୍ର

ଭୁବନେଶ୍ବର : ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଭାରତ ବର୍ଷର ଜନତା ମାର୍ଚ୍ଚ ୨୨ ତାରିଖ ରବିବାର ସକାଳ ୭ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରିବା ସହ ଏହାକୁ ସଫଳ କରିବା ପାଇଁ ସାମାଜିକ ଗଣ ମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ , ପ୍ରଧାନ ମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସାରା ଭାରତ ବର୍ଷର ଜନତାଙ୍କୁ “ଜନତା କର୍ଫ୍ୟୁ” ପାଳନ କରିବାକୁ ମୋର ଅନୁରୋଧ , ଆସନ୍ତୁ ମିଳିମିଶି ପ୍ରଧାନମନ୍ତ୍ରୀଙ୍କ “ଜନତା କର୍ଫ୍ୟୁ”କୁ ସଫଳ କରିବା ଏବଂ କୋଭିଡ୍ ୧୯ ବା କରୋନା ଭାଇରସର ମୁକାବିଲା କରିବାରେ ବିଶ୍ବରେ ଏକ ଉଦାହରଣ ସୃଷ୍ଚି କରିବା ।

ପ୍ରଧାନ ଉଲ୍ଲେଖ କରିଛନ୍ତି ,ଆଜିର ଆହ୍ବାନ ମୂଳକ ସ୍ଥିତିରେ ଦେଶକୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ ଏକ ସଠିକ ଆଦର୍ଶ ନେତୃତ୍ବ ର ଅନନ୍ୟ ଉଦାହରଣ । ତାଙ୍କ କହିବା ଅନୁଯାୟୀ ଦେଶରେ କରୋନା ଭାଇରସ ବିରୋଧୀ ଲଢ଼େଇରେ ସାଧାରଣ ଜନତାଙ୍କ ଅଶଂ ଗ୍ରହଣ ନିତାନ୍ତ ଆବଶ୍ୟକ । ଏକାଠି ହୋଇ ଆମେ ଯୁଦ୍ଧ ଜିତି ପାରିବା ।

ପ୍ରଧାନମନ୍ତ୍ରୀ ସଠିକ ଭାବାରେ କହିଛନ୍ତି ଯେ, କରୋନାର ମୁକାବିଲା କରିବା ପାଇଁ ଯେଉଁ ମାନେ ନିଜ ଜୀବନକୁ ବିପଦରେ ପକାଇ ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କାର୍ଯ୍ୟ କରୁଛନ୍ତି , ସେମାନେ ପ୍ରଶଂସା ପାଇବାକୁ ଯୋଗ୍ୟ ।

ଆସନ୍ତା ରବି ବାର ସନ୍ଧ୍ୟା ୫ଟାରେ ଅନ୍ତତଃ ୫ ମନିଟ ଯାଏଁ ଏହି ଲୋକଙ୍କୁ ତାଳି ବା ଘଣ୍ଟି ବଜାଇ କୃତଜ୍ଞତା ଜଣାାଇବା ପାଇଁ ମୁଁ ଦେଶ ବାସୀଙ୍କୁ ନିବେଦନ କରୁଛି ବୋଲି ପ୍ରଧାନ ଉଲ୍ଲେଖ କରିଛନ୍ତି ।

Comments are closed.