ଈଶ୍ବରଙ୍କୁ କହିଛି, କରୋନା ବିପର୍ଯ୍ୟୟ ବନ୍ଦ କର: ପୋପ୍
![](https://www.odishalink.com/wp-content/uploads/2020/03/Pope-Francis.png)
ଭାଟିକାନ୍: ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ ଈଶ୍ବରଙ୍କୁ କହିଛନ୍ତି- କରୋନା ଭୂତାଣୁ ବିପତ୍ତି ବନ୍ଦ କର। ଏକଥା ସ୍ବୟଂ ପୋପ୍ ପ୍ରକାଶ କରିଥିବା ବେଳେ ନିଜର ପରିବାର ସହ ପୁନଃସମ୍ପର୍କିତ ହେବା ପାଇଁ ସଙ୍ଗରୋଧ (କ୍ବାରାଣ୍ଟିନ୍) ଆପଣେଇବାକୁ କହିଛନ୍ତି।
ଇତାଲିରେ କୋଭିଡ୍-୧୯ ଭୂତାଣୁ ଦ୍ବାରା ୨୭,୯୮୦ ଲୋକ ସଂକ୍ରମିତ ଓ ୨,୫୦୩ ଲୋକ ମୃତ୍ୟୁବରଣ କରିବା ପରେ ଈଶ୍ବରଙ୍କୁ ଏ ନେଇ ମଙ୍ଗଳବାର ଦିନ ପୋପ୍ ଈଶ୍ବରଙ୍କୁ କହିଛନ୍ତି ବୋଲି ଏକ ଇତାଲୀୟ ଖବରକାଗଜକୁ ସାକ୍ଷାତକାର ଦେଇ କହିଛନ୍ତି।
ବିଗତ କିଛି ଦିନ ଧରି ଭାଟିକାନ୍ରୁ ବାହାରକୁ ଆସୁନଥିବା ପୋପ୍ ଇତାଲି ବ୍ୟାପୀ କଟକଣାକୁ ବେଖାତିର କରି ଗତ ରବିବାର ଦିନ କେରାନା ପୀଡ଼ିତଙ୍କ ନିମନ୍ତେ ଦୁଇଟି ଗୀର୍ଜାରେ ପ୍ରାର୍ଥନା କରିବାକୁ ବାହାରିଥିଲେ।
ବିଭିନ୍ନ ଦେଶରେ ସରକାର, ଜନସାଧାରଣ, ବୈଜ୍ଞାନିକ ଓ ଡାକ୍ତର କରୋନା ନିରାକରଣ ପାଇଁ ପ୍ରାଣପଣେ ଚେଷ୍ଟା କରୁଥିବା ବେଳେ ଏବେ ବି କିଛି ବ୍ୟକ୍ତି ଧର୍ମୀୟ ଆସ୍ଥାକୁ ବିଜ୍ଞାନ ଠାରୁ ଅଧିକ ଗୁରୁତ୍ବ ଦେଉଛନ୍ତି। କେବଳ ପୋପ୍ ନୁହନ୍ତି, କେତେକ ଦେଶରେ ଶ୍ରଦ୍ଧାଳୁମାନେ ସଙ୍ଗରୋଧ ପରାମର୍ଶ ନ ମାନି ସମୁହ ମସଜିଦରେ ସମୁଦ ପ୍ରାର୍ଥନା କରୁଥିବା ବେଳେ ଭାରତରେ କିଛି ବ୍ୟକ୍ତି ଗୋମୂତ୍ର ପାର୍ଟି ସାହାଯ୍ୟରେ କରୋନା ଭୂତାଣୁକୁ ବିତାଡ଼ିତ କରିବାକୁ ଉଦ୍ୟମ କରୁଛନ୍ତି।
Comments are closed.