କରୋନା: ପୁଣି ଖସିଲା ସେନସେକ୍ସ ପଏଣ୍ଟ

ମୁମ୍ବାଇ: କରୋନା ପାଇଁ ପୁଣି ଖସିଲା ସେନସେକ୍ସ ପଏଣ୍ଟ। ଆଜି ଗୁରୁବାର କାରବାର ଆରମ୍ଭରେ ସେନସେକ୍ସ ୧୬ ଶହ ପଂଏଟ ହ୍ରାସ ପାଇଥିବାବେଳେ ନିଫଟି ୩ ଶହ ପଂଏଟ କମିଛି। ପରେ ଏହା ୨ ହଜାର ପଂଏଟ କମିଯାଇଥିଲା ଏବଂ ନିଫଟି ୫୭୫ ପଂଏଟ କମି ୮ ହଜାର ତଳକୁ ବି ଚାଲିଯାଇଥିଲା। କାରବାରର ପ୍ରଥମ ୧୫ ମିନିଟରେ ବିଏସଇ ଇଣ୍ଡେକ୍ସସରେ ସବୁ ସେୟାର ରେଡ୍ ଜୋନରେ ଥିଲେ। ଚଳିତ ସପ୍ତାହରେ ସେନସେକ୍ସ ୫ ହଜାପ ପଂଏଟରୁ ଅଧିକ ଖସି ଥିବା ବେଳେ ନିଫଟି ୧୫ ଶହ ପଂଏଟ ହ୍ରାସ ହେଲାଣି।
ଏଥିସହ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳରେ ବଡ ଧରଣର ହ୍ରାସ ଘଟିଛି। ୧୭ ବର୍ଷର ରେକର୍ଡ କାଟିଛି ଏହି ଦର। ତୈଳଦର ପ୍ରାୟ ୨୩ ପ୍ରତିଶତ କମିଛି। କରୋନା ଭୟ ଓ ଋଷିଆ-ସାଉଦି ଆରବ ମଧ୍ୟରେ ତୈଳ ବିକ୍ରି ପାଇଁ ପ୍ରତିଯୋଗିତା ମଧ୍ୟରେ ତୈଳ ଦରରେ ଏଭଳି ବଡ ଧରଣର ହ୍ରାସ ପାଇଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ବିଶ୍ୱର ୧୭୦ଟି ଦେଶକୁ ବ୍ୟାପିଛି କରୋନା ବ୍ୟାପି ସାରିଲାଣି ଏବଂ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଟପିଲାଣି। କରୋନା ଆକ୍ରାନ୍ତ ସଂଖ୍ୟା ସାରା ବିଶ୍ୱରେ ୨ ଲକ୍ଷ ୧୯ ହଜାର ୩୪୫କୁ ଛୁଇଁଛି। ବିଶ୍ୱରେ ଚୀନ, ଇଟାଲୀ, ଇରାନ, ସ୍ପେନ ଓ ଜର୍ମାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ।
Comments are closed.