ଲୋଭୀ-ପ୍ରଲୋଭୀଙ୍କ ବିଜୟ: କମଲନାଥ

ଭୋପାଳ: ମଧ୍ୟପ୍ରଦେଶରେ ଲାଗି ରହିଥିବା ମହାନାଟକରେ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କମଲନାଥ। ଆଜି ଅରରାହ୍ନରେ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କୁ ସାକ୍ଷାତ କରି ନିଜର ଇସ୍ତଫା ପତ୍ର ଦେଇଛନ୍ତି କମଲନାଥ। ଇସ୍ତଫା ଦେବା ପରେ ନିଜ ଟୁଇଟରେ ପେଜରେ କମଲନାଥ ଲେଖିଛନ୍ତି ଯେ, ଆଜି ମଧ୍ୟପ୍ରଦେଶର ଆଶା ଓ ବିଶ୍ବାସ ହାରି ଯାଇଛି। ଲୋଭୀ-ପ୍ରଲୋଭୀ ବିଜୟୀ ହୋଇଛନ୍ତି। ମଧ୍ୟପ୍ରଦେଶର ଆତ୍ମସମ୍ମାନକୁ ନୀଚ କରି କେହି ଜିତି ପାରିବେ ନାହିଁ। ମୁଁ ପୁରା ଇଚ୍ଛାଶକ୍ତିରେ ମଧ୍ୟପ୍ରଦେଶର ବିକାଶ ପାଇଁ କାମ କରିବି ବୋଲି କମଲନାଥ କହିଛନ୍ତି।
आज मध्यप्रदेश की उम्मीदों और विश्वास की हार हुई है , लोभी और प्रलोभी जीत गए हैं ।
मध्यप्रदेश के आत्मसम्मान को हराकर कोई नहीं जीत सकता।
मैं पूरी इच्छाशक्ति से मध्यप्रदेश के विकास के लिए काम करता रहूँगा।— Office Of Kamal Nath (@OfficeOfKNath) March 20, 2020
ଇସ୍ତଫା ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମଲନାଥ କହିଥିଲେ ଯେ ବିଜେପି ଷଡ଼ଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରିଛି। ବିଜେପି ତାଙ୍କ ସହିତ ବିଶ୍ୱାସଘାତ କରି ନାହିଁ ବରଂ ଷଡ଼ଯନ୍ତ୍ର କରି ରାଜ୍ୟବାସୀଙ୍କୁ ଧୋକା ଦେଇଛି। ୧୫ ବର୍ଷରେ ବିଜେପି ସରକାର ରାଜ୍ୟରେ ଯାହା ନକରିଛି, ତାଙ୍କ ସରକାର ମାତ୍ର ୧୫ ମାସରେ ସେସବୁ କରିବାକୁ ସକ୍ଷମ ହୋଇଛି।
ଏଥିସହିତ କମଲନାଥ ଦାବି କରିଛନ୍ତି ଯେ ଏହି୧୫ ମାସରେ ତାଙ୍କ ସରକାର ୪୦୦ଟି ନିର୍ବାଚନ ପ୍ରତି୍ୟୁତି ପୂରଣ କରିଛନ୍ତି। ସେହିପରି ତାଙ୍କ ସରକାର ବିରୋଧରେ କୌଣସି ଦୁର୍ନୀତି ଅଭିଯୋଗ ଆସିନି।
Comments are closed.