ବିଜେପିରେ ମିଶିଲେ ମଧ୍ୟପ୍ରଦେଶର ୨୨ ବିଦ୍ରୋହୀ କଂଗ୍ରେସ ବିଧାୟକ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ୨୨ ବିଦ୍ରୋହୀ କଂଗ୍ରେସ ବିଧାୟକ ଆଜି ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ସାକ୍ଷାତ ରକିଛନ୍ତି। ନୂଆକରି ବିଜେପିରେ ମିଶିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉପସ୍ଥିତିରେ ସେମାନେ ଆଜ ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି। ଏଥିସହିତ କଂଗ୍ରେସରୁ ଇସ୍ତଫା ଦେଇଥିବା ୨୨ ବିଧାୟକ ଆଜି ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। କାରଣ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଫଟୋରେ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଉପରେ ବିଜେପି ଦଳର ଉତ୍ତରୀୟ ଦେଖିବାକୁ ମିଳିଛି।
Delhi: Rebel Madhya Pradesh Congress MLAs meet BJP President JP Nadda & BJP leader Jyotiraditya Scindia, at JP Nadda's residence. pic.twitter.com/FPh3AjFq8x
— ANI (@ANI) March 21, 2020
ଏହି ମିଶ୍ରଣ ପର୍ବରେ ମଧ୍ୟପ୍ରଦେଶ ବିଜେପିର ନରେନ୍ଦ୍ର ତୋମାର, କୈଳାଶ ବିଜୟବର୍ଗୀୟ, ମଧ୍ୟପ୍ରଦେଶର ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ। ଏହି ମିଶ୍ରଣ ପର୍ବ ଜେପି ନଡ୍ଡାଙ୍କ ବାସ ଭବନରେ ଅନୁଷ୍ଠିତ ହୋଇଥିଲା।
Comments are closed.