କରୋନା: ହୋମ୍ କ୍ୱାରେଣ୍ଟାଇନ୍ ନିୟମ ଉଲଂଘନ କଲେ ଯୁବକ, ମାମଲା ରୁଜୁ
କଟକ: କରୋନା ଭାଇରସରୁ ମୁକିଳିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିିିଭିନ୍ନ ପଦକ୍ଷେପ ନେଉଛନ୍ତି। ଅନ୍ୟପଟେ ସରକାରଙ୍କ ହୋମ୍ କ୍ୱାରେଣ୍ଟାଇନ୍ ନିୟମ ଉଲଂଘନ କରିବା ଅଭିଯୋଗରେ ଜଣେ ଯୁବକଙ୍କ ବିରୋଧରେ କଟକସ୍ଥିତ ପୁରୀଘାଟ ଥାନାରେ ଏକ ମାମଲା ରୁଜୁ ହୋଇଛି। ସଂପୃକ୍ତ ଯୁବକ ଜଣକ ହୋମ୍ କ୍ୱାରେଣ୍ଟାଇନ୍ ନିୟମ ଉଲଂଘନ କରି ରାସ୍ତାରେ ବୁଲୁଥିଲେ। ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
We have registered a criminal case under Puri Ghat PS in Cuttack against an individual for violating home quarantine norms.
Those asked to stay in home quarantine must strictly remain in isolation or be prepared for serious consequences. @DCP_CUTTACK @dcpbbsr— Dr Sudhanshu Sarangi (@SarangiSudhansu) March 22, 2020
ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ହସ୍ପିଟାଲରେ ଆଇସୋଲେସନ୍ ସେଣ୍ଟର ପ୍ରତିଷ୍ଠା କରିବା ସହ ହୋମ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ମଧ୍ୟ କରିଛନ୍ତି।
Comments are closed.