Odisha Link
Bridging the Missing Links in Odisha

କରୋନା ମାନେ ‘କେହି ରାସ୍ତାକୁ ନବାହାରିବା’: ମୋଦି

ନୂଆଦିଲ୍ଲୀ: ଆଜି ମହାମାରୀ କରୋନା ଭାଇରସକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଜନତାଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଜନତା କର୍ଫ୍ୟୁକୁ ଭାରତବାସୀ ସଫଳ କରିଛନ୍ତି ଆଉ ଜଣାଇଛନ୍ତି କି ଭାରତକୁ ବିପଦ ଆସିଲେ ସମସ୍ତେ କେମିତି ଏକଜୁଟ ହୋଇ ଲଢନ୍ତି। ହେଲେ କରୋନା ମୁକାବିଲା କରିବା ପାଇଁ କେବଳ ଜନତା କର୍ଫ୍ୟୁ ଯଥେଷ୍ଟ ନୁହଁ ବୋଲି ମୋଦି କହିଛନ୍ତି।

ବିଶ୍ବରେ ପ୍ରଥମ ଏକ ଲକ୍ଷ ରୋଗୀ ସଂକ୍ରମିତ ହେବା ଲାଗି ୬୭ ଦିନ ସମୟ ଲାଗିଥିଲା। ମାତ୍ର ୧୧ ଦିନରେ ଏହା ୨ ଲକ୍ଷରେ ପହଞ୍ଚିଥିଲା। ତେବେ ୩ ଲକ୍ଷ ଲୋକ ସଂକ୍ରମିତ ହେବା ପାଇଁ ମାତ୍ର ୪ ଦିନ ଲାଗିଥିଲା। ଏହି ହାରକୁ ଦୃଷ୍ଟିରେ ରଖି ଆମେ ଆତ୍ମସଚେତନ ହେବା ବୋଲି ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

କରୋନାର ମୁକାବିଲା ପାଇଁ ଆଜି ରାତିରୁ ୨୧ ଦିନ ପାଇଁ ଦେଶ ସାରା ଜାରି ରହିବ ଲକ ଡାଉନ। ଏହା କର୍ଫ୍ୟୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ଆପଣ ଯିଏ ଯେଉଁଠି ରହିଛନ୍ତି ସେଇଠି ରୁହନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ମୋର ବିଶ୍ବାସ ଅଛି ଯେ, ସାରା ଦେଶବାସୀ ଏହାକୁ ଧ୍ୟାନ ଦେବେ ଆଉ କରୋନା ମୁକାବିଲାକୁ ସଫଳ କରିବେ ବୋଲି ମୋଦି କହିଛନ୍ତି।

କରୋନା ଯେଉଁଭଳି ମହାମାରୀ ରୂପ ଧାରଣ କରିଛନ୍ତି, ଯଦି ୨୧ ଦିନ ଆମେ ଘରେ ନ ରହିବା, ତା’ହେଲେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ। ତେଣୁ କରୋନା ପାଇଁ ଭାରତ ସରକାର ବାଧ୍ୟ ହୋଇ ଆଜି ମଧ୍ୟରାତ୍ରରୁ ସମଗ୍ର ଦେଶକୁ ଲକ ଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ଆପଣମାନେ ଘରେ ନ ରହିବେ, ତା’ହେଲେ କିଛି ପରିବାର ସଂପୂର୍ଣ୍ଣ ଲୋପ ପାଇଯିବ ବୋଲି ମୋଦି କହିଛନ୍ତି।

ଏଥିସହିତ କରୋନାର ଅର୍ଥ ବୁଝେଇଛନ୍ତି ମୋଦି। ସେ କହିଛନ୍ତି ଯେ, କୋରାନ ମୁକାବିଲା ପାଇଁ କେହି ଘରୁ ବାହାରନ୍ତୁନ। କରୋନା ମାନେ ‘କେହି ରାସ୍ତାକୁ ନବାହାରିବା’ ବୋଲି କହିଛନ୍ତି ମୋଦି।

Comments are closed.