Odisha Link
Bridging the Missing Links in Odisha

ଗୋପାଳପୁର ବନ୍ଦର ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ଅଧୀନରେ ଆସୁଥିବାରୁ ଗୋପାଳପୁର ପୋର୍ଟସ୍ ଲିମିଟେଡ୍ (ଜିପିଏଲ୍‌)ରେ କାର୍ଯ୍ୟ ସ୍ୱାଭାବିକ ରହିଛି। ବର୍ଥରେ ମାଲ ପରିଚାଳନା ଜାରି ରହିଛି। କରୋନା-୧୯ ବ୍ୟାପିବାକୁ ରୋକିବା ଲାଗି ବନ୍ଦର ତରଫରୁ ସମସ୍ତ ପ୍ରକାର ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାହାଜ ମହାନିର୍ଦେଶାଳୟ ଠାରୁ ଏହା ହାସଲ କରିଥିବା ନିୟମ ଓ ନିର୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରୁଛି ବୋଲି ବନ୍ଦର କର୍ତୃପକ୍ଷ ଏକ ବିବୃତ୍ତିରେ କହିଛନ୍ତି।

ବନ୍ଦର ଭିତରକୁ ଆସୁଥିବା ଜାହଜଗୁଡ଼ିକର ପରିଚାଳନା କରିବା ବେଳେ ନିୟମିତ ବ୍ୟବଧାନରେ ବନ୍ଦର ମନ୍ତ୍ରଣାଳୟ ତରଫରୁ ଜାରି କରାଯାଉଥିବା ଏସ୍‌ଓପିକୁ ବନ୍ଦର ପାଳନ କରୁଛି। କର୍ମକ୍ଷେତ୍ରରେ ସୁରକ୍ଷିତ ପରିବେଶ ଲାଗିି ବନ୍ଦର ପରିସରରେ ଚବିଶ ଘଣ୍ଟା ନିଜସ୍ୱ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜ୍ୟୁର୍ (ଏସ୍‌ଓପି)କୁ ବନ୍ଦର ପାଳନ କରୁଛି। ପରିଚାଳନାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଏମ୍ବାର୍କମେଂଟ୍‌/ ଡିଏମ୍ବାର୍କମେଂଟ୍ ପାଇଁ ଜାହାଜର ମାଲ ବୋଝେଇ ଅଂଚଳରେ ଅ-ସଂକ୍ରାମକ ତରଳ (ସୋଡିୟମ ହାଇପୋକ୍ଲୋରାଇଟ୍‌) ବ୍ୟବହାର କରାଯାଉଛି। କରୋନା ଭୂତାଣୁ ବ୍ୟାପିବାକୁ ରୋକିବା ଲାଗି କର୍ମଚାରୀ ଏବଂ ଶ୍ରମିକମାନଙ୍କୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବା ଉପରେ ଜିପିଏଲ୍ ସଚେତନ କରୁଛି।

ନୋଭେଲ୍ କରୋନା ଭୂତାଣୁ ବ୍ୟାପିବା ପରଠାରୁ ବନ୍ଦର ତରଫରୁ ସବୁ ପ୍ରକାର ପ୍ରତିଷେକଧମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଜାହଜରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଶରୀରକୁ ସମ୍ପୂର୍ଣ୍ଣ ରୂପେ ସର୍ଜିକାଲ୍ ପ୍ରୋଟେକ୍ସନ ସୁଟ୍ ଘୋଡ଼େଇ କରାଯାଉଥିବା ବେଳେ ବର୍ଥ ଅଂଚଳ, ରେଲୱେ ସାଇଡିଂ, ପାର୍କିଂ ୟାର୍ଡ, ମୁଖ୍ୟ ଫାଟକ ଏବଂ ଅନ୍ୟାନ୍ୟ ଅଂଚଳରେ କାର୍ଯ୍ୟ କରୁଥିବା ବନ୍ଦରର କର୍ମଚାରୀମାନଙ୍କୁ କାମ ଆରମ୍ଭ କରିବା ପୂର୍ବରୁ ଓ ପରେ ଫେସ ମାସ୍କ ଓ ହ୍ୟାଣ୍ଡ୍ ସାନିଟାଇଜର୍ ପ୍ରଦାନ କରାଯାଉଛି।

ନିଜର ସମସ୍ତ କର୍ମଚାରୀ ଏବଂ ପାରିପାଶ୍ୱିର୍କ ଗ୍ରାମଗୁଡ଼ିକ ଏକ ସୁରକ୍ଷିତ ଓ ସଂକ୍ରମଣ ମୁକ୍ତ ପରିବେଶ ପ୍ରଦାନ କରିବାକୁ ଗୋପାଳପୁର ବନ୍ଦର କର୍ତୃପକ୍ଷ ପ୍ରତିବଦ୍ଧ ଏବଂ କୋଭିଡ୍‌-୧୯କୁ ରୋକିବା ଲାଗି ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି କର୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏହା ବନ୍ଦରର ପରିଚାଳନା ଚାଲୁ ରଖିବାକୁ ପ୍ରତିବଦ୍ଧ ରହିଛି ଏବଂ ଦେଶର ଜରୁରୀ ସ୍ଥିତିରେ ସାମଗ୍ରୀ ଯୋଗାଣ ଜାରି ରଖିଛି।

Comments are closed.