Odisha Link
Bridging the Missing Links in Odisha

ରାଜ୍ୟରେ ଆୟୁଷ୍ମାନ ଯୋଜନାକୁ ତୁରନ୍ତ ଲାଗୁ କରନ୍ତୁ ରାଜ୍ୟ ସରକାର: ଧର୍ମେନ୍ଦ୍ର

ଭୁବନେଶ୍ବର: ରାଜ୍ୟରେ ଆୟୁଷ୍ମାନ ଯୋଜନାକୁ ତୁରନ୍ତ ଲାଗୁ କରିବାକୁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତ ସରକାରଙ୍କର ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଥିବା ଆୟୁଷ୍ମାନ ଯୋଜନାକୁ ଲାଗୁ କରିବାକୁ ସେ ଟ୍ୱିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରି ରାଜ୍ୟର ସମସ୍ତ ଗରିବ ପରିବାରକୁ ସହାୟତା ପ୍ରଦାନ କରିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଏପରି ଘଡିସନ୍ଧି ମୂହୁର୍ତ୍ତରେ ସାରା ଦେଶରେ ବିଭିନ୍ନ ସ୍ଥାନରେ ରହୁଥିବା ଓଡିଆଙ୍କୁ ଚିକିତ୍ସା ପାଇଁ ସହଯୋଗର ହାତ ବଢାଇବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

https://twitter.com/dpradhanbjp/status/1242391155482001408

ଧର୍ମେନ୍ଦ୍ର ଟୁଇଟର କରି କହିଛନ୍ତି ଯେ, ଆଜିର ଏହି ସଙ୍କଟର ଘଡିରେ ଲୋକଙ୍କ ସାଙ୍ଗରେ ଦୃଢ଼ତାର ସହିତ ଛିଡାହେବାର ସମୟ ୟ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ମୋର ଆନ୍ତରିକ ନିବେଦନ ଯେତେ ଶୀଘ୍ର ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରି ରାଜ୍ୟର ସାଧାରଣ ଗରୀବ ପରିବାରକୁ ସହାୟତା ପ୍ରଦାନ କରନ୍ତୁ। ରାଜ୍ୟବାସୀ ଏକ ବଡ଼ ସଙ୍କଟର ସାମ୍ନା କରୁଛନ୍ତି । କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ତତ୍ପର।

ଏଥିସହିତ ଧର୍ମେନ୍ଦ୍ର କହିଛନ୍ତି ଯେ, ସାରା ବିଶ୍ୱ ଓ ଦେଶ ସମେତ ଆମ ରାଜ୍ୟ ଓଡ଼ିଶା କୋରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଅଭାବନୀୟ ପରିସ୍ଥିତିର ସାମ୍ନା କରୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ମହାମାରୀ ଆତଙ୍କ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛନ୍ତି।

Comments are closed.