ଉଦାହରଣ: ବାପାଙ୍କ ମୃତ୍ୟୁ ସତ୍ତ୍ବେ କାର୍ଯ୍ୟରେ ଯୋଗଦେଲେ ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର: ସାରା ଦେଶ କରୋନା ଭୂତାଣୁ ସହ ଜୁଝୁଥିବା ବେଳେ କର୍ତ୍ତବ୍ୟନିଷ୍ଠାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଓଡ଼ିଶାର ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ। ରାଜ୍ୟରେ କରୋନା ପାଇଁ ସାରା ପ୍ରଶାସନ ଲାଗି ପଡ଼ିଥିବା ବେଳେ ଏହି ବରିଷ୍ଠ ଆଇଏଏସ୍ ଅଧିକାରୀ ସ୍ବାର୍ଥ ଭୁଲି କାର୍ଯ୍ୟରେ ଯୋଗଦେଇଛନ୍ତି।
ଶ୍ରୀ ଧଳ ଗତକାଲି ତାଙ୍କର ବାପାଙ୍କୁ ହରାଇଥିଲେ। ମାତ୍ର ଗୋଟିଏ ଦିନରେ ବାପାଙ୍କର ଦାହ କାର୍ଯ୍ୟ ସାରି ଆଜି ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି ଶ୍ରୀ ଧଳ। କରୋନା ଆତଙ୍କକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ୨୪ ଘଣ୍ଟା ସତର୍କ ରହିଛି। ଏଭଳି ସମୟରେ ତାଙ୍କ ନେତୃତ୍ବ ଓ କର୍ତ୍ତବ୍ୟନିଷ୍ଠା କେବଳ ଆମ ରାଜ୍ୟ ନୁହେଁ ବରଂ ସାରା ଭାରତ ପାଇଁ ଉଦାହରଣ ସାଜିଛି।
Comments are closed.