ମୋଦିଙ୍କ ଅନୁରୋଧକୁ ଯୋଗୀଙ୍କ ବେଖାତିର
![](https://www.odishalink.com/wp-content/uploads/2020/03/Yogi-Adityanath-at-Ayodhya-defying-PMs-call-for-complete-lockdown.jpg)
ଅଯୋଧ୍ୟା: ଘରୁ ନ ବାହାରିବା ଲାଗି ମୋଦି ଯୋଡ଼ହସ୍ତ ହୋଇ ଦେଶବାସୀଙ୍କୁ ବିକଳ ନିବେଦନ କଲେ। ସାରା ଦେଶ ଏହାକୁ ପାଳନ କରିବା ପାଇଁ ଅନୁରୋଧ ରଖିଲେ। ତେବେ ତାଙ୍କ ଦଳର ଅନ୍ୟତମ ଟାଣୁଆ ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ ବେଖାତିର କରି ଘରୁ ବାହାରିଛନ୍ତି। କେବଳ ଘରୁ ବାହାରିନାହାନ୍ତି, ବରଂ କିଛି ସରକାରୀ ଅଧିକାରୀ ଓ ସାଧୁଙ୍କୁ ସାଙ୍ଗରେ ନେଇ ଧର୍ମୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।
ଅନ୍ୟ ଦେଶ ସବୁରେ କରୋନା ଭୂତାଣୁର କରାଳ ରୂପ ଦେଖିବା ପରେ ଭାରତରେ ଏହାର ସମ୍ଭାବ୍ୟ ପ୍ରକୋପ ଗୁରୁତର ହେବା ଆଶଙ୍କା କରାଯାଉଛି। ଘରେ ରହିବା ଓ ଲୋକଙ୍କୁ ଏକାଠି ନ କରିବା ହିଁ ଏ ମହାମାରୀର ଏକମାତ୍ର ଉପଚାର। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ପଦକ୍ଷେପ ନେଇଛନ୍ତି। ଗତ ମଧ୍ୟ ରାତ୍ରି ଠାରୁ ସାରା ଦେଶରେ ଲକ୍ଡାଉନ୍ ଲାଗୁ ହୋଇଛି। ଗତକାଲି ସଂଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରି ଘରୁ ନ ବାହାରିବା ପାଇଁ ଯୋଡ଼ହସ୍ତ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ।
ତେବେ ଲକ୍ଡାଉନ୍ ଲାଗୁ ହେବା ପରେ ବି ଏହାକୁ ଅମାନ୍ୟ କରିଛନ୍ତି ଯୋଗୀ ଆଦିତ୍ୟନାଥ। ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେବା ସହ ଧର୍ମୀୟ ସଂକୀର୍ଣ୍ଣତା ଦେଖାଇ ଦଳ ଓ ନେତାଙ୍କୁ ଅପଦସ୍ତ କରିଥିବା ଯୋଗୀ ଏ ବିପଦ ସମୟରେ ବି ପୁଣି ନିଜର ରୂପ ଦେଖାଇଛନ୍ତି।
अयोध्या करती है आह्वान…
भव्य राम मंदिर के निर्माण का पहला चरण आज सम्पन्न हुआ, मर्यादा पुरुषोत्तम प्रभु श्री राम त्रिपाल से नए आसन पर विराजमान…
मानस भवन के पास एक अस्थायी ढांचे में 'रामलला' की मूर्ति को स्थानांतरित किया।
भव्य मंदिर के निर्माण हेतु ₹11 लाख का चेक भेंट किया। pic.twitter.com/PWiAX8BQRR
— Yogi Adityanath (@myogiadityanath) March 25, 2020
ଆଜି ସକାଳୁ ସକାଳୁ ଯୋଗୀ ଅଯୋଧ୍ୟା ପହଞ୍ଚିଥିଲେ। ଏକ ଟିଣ ଛାତ ତଳେ ଥିବା ରାମଲାଲାଙ୍କ ପ୍ରତିମାକୁ କୋଳରେ ଧରି ଏକ ଅସ୍ଥାୟୀ ଫାଇବର୍ ଘରକୁ ସ୍ଥାନାନ୍ତର କରିଥିଲେ ଯୋଗୀ। ରାମ ମନ୍ଦିର ନିର୍ମାଣ ହେବା ଯାଏଁ ରାମଙ୍କର ପ୍ରତିମା ଏହି ଅସ୍ଥାୟୀ ଫାଇବର ଘରେ ରହିବେ। ଏହି କାର୍ଯ୍ୟକ୍ରମର ଭିଡିଓରେ କିଛି ସରକାରୀ ଅଧିକାରୀ, ଅଯୋଧ୍ୟାର ଜିଲ୍ଲାପାଳ, ଏସ୍ପି, ଫଟୋଗ୍ରାଫର ଓ କେତେଜଣ ପୂଜକ/ ସନ୍ଥଙ୍କୁ ମଧ୍ୟ ଯୋଗୀଙ୍କ ସହ ଦେଖିବାକୁ ମିଳିଛି। ଅବଶ୍ୟ ପରେ ସେମାନଙ୍କୁ ଲକ୍ଡାଉନ୍ ମାନିବା ଲାଗି ଯୋଗୀ ପରାମର୍ଶ ଦେଉଥିବାର ଦେଖିବାକୁ ମିଳିଛି।
Comments are closed.