ଗରିବଙ୍କୁ ମାଗଣା ଖାଇବା ବାଣ୍ଟିବେ ୧ କୋଟି ବିଜେପି କର୍ମୀ

ନୂଆଦିଲ୍ଲୀ: ଦେଶବ୍ୟାପି ଗରିବଙ୍କୁ ମାଗଣା ଖାଇବା ବାଣ୍ଟିବ ଭାରତୀୟ ଜନତା ପାର୍ଟି। ଏ ନେଇ ଗତକାଲି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ନେତୃତ୍ବରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ଦ୍ବାରା ଦେଶର ୫ କୋଟି ଗରିବଙ୍କ ପେଟକୁ ଆଗାମୀ ୨୧ ଦିନ ଯାଏଁ ଖାଇବାକୁ ମିଳିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି।
ଦଳ ଅଧ୍ୟକ୍ଷ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇ କହିଛନ୍ତି ଯେ ଅତି କମରେ ୧ କୋଟି ନେତା କର୍ମୀ ଏହି ସେବା ଯୋଗାଇଦେବାକୁ ଆଗେଇ ଆସନ୍ତୁ। ପ୍ରତ୍ୟେକେ ଦୈନିକ ଅନ୍ୟୁନ ୫ ଜଣ ଗରିବ ଓ ଦିନମଜୁରିଆଙ୍କୁ ଖାଇବାକୁ ଦେବେ।
ବିଜେପି ପକ୍ଷରୁ ଏହି ସେବା ଯୋଗାଇବା ବେଳେ ସାମାଜିକ ଦୂରତ୍ବ ଅବଲମ୍ବନ କରିବା ସହ ସ୍ଥାନୀୟ ପ୍ରଶାସନ ସହ ଯୋଗାସୂତ୍ର ରକ୍ଷା କରିବା ପାଇଁ ନଡ୍ଡା ଅନୁରୋଧ କରିଛନ୍ତି।
Comments are closed.