Odisha Link
Bridging the Missing Links in Odisha

ଲକଡାଉନ୍: କେନ୍ଦ୍ର ସରକାରଙ୍କ ନି‌ଷ୍ପତ୍ତି, ମିଳିବ ଆଗୁଆ ୩ ମାସର ରାସନ୍

ନୂଆଦିଲ୍ଲୀ: ମହାମାରୀ କରୋନା ମୁକାବିଲା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ ଡାଉନ୍। ସାରା ଦେଶ କାଲିଠୁ ପୁରା ଲକ ଡାଉନ ହୋଇଛି। ଏହାରି ମଧ୍ୟରେ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଲକଡାଉନ ସମୟରେ କିଭଳି ଦେଶବାସୀଙ୍କୁ ଖାଦ୍ୟ ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଆସନ୍ତା ତିନିମାସ ପାଇଁ ଆଗୁଆ ରାସନ୍ ଦେବାକୁ ନିଷ୍ପତି ହୋଇଛି। ଏଥିସହିତ ୨ଟଙ୍କାରେ କିଲେ ଗହମ ଏବଂ ୩ଟଙ୍କାରେ ୧ କିଲୋ ଚାଉଳ ଦେବାକୁ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନିଷ୍ପତି ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସୂଚନା ଅନୁଯାୟୀ କରୋନା ମୁକାବିଲା ପାଇଁ ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ଦେଶବ୍ୟାପୀ ତାଲାବନ୍ଦ ଥିବାବେଳେ ଲୋକଙ୍କୁ ରାସନ୍ ପହଁଚାଇବାକୁ କେନ୍ଦ୍ରର ମୂଳ ଲକ୍ଷ୍ୟ। ତେଣୁ ଆସନ୍ତା ୩ ମାସ ପାଇଁ ଆଗୁଆ ରାସନ୍ ଲୋକଙ୍କୁ ବାଣ୍ଟିବା ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଛି। ଲୋକଙ୍କୁ ମାସକୁ ପ୍ରତି ୭ କିଲୋ ହିସାବରେ ୩ ମାସର ଆଗୁଆ ରାସନ୍ ଯଥା ୨ଟଙ୍କାରେ କିଲେ ଗହମ ଏବଂ ୩ଟଙ୍କାରେ ୧ କିଲୋ ଚାଉଳ ନେଇପାରିବେ। ଏହାଦ୍ୱାରା ପାଖାପାଖି ୮୦ କୋଟି ଲୋକ ଉପକୃତ ହୋଇପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର।

ସବୁଠାରୁ ବଡ଼ କଥା ହେଲା କି, ୨୭ଟଙ୍କା ପ୍ରତି କିଲୋ ପିଛା ଗହମକୁ ମାତ୍ର ୨ଟଙ୍କା ଏବଂ ୩୭ ଟଙ୍କା ପ୍ରତି କିଲୋ ପିଛା ଚାଉଳକୁ ମାତ୍ର ୩ଟଙ୍କାରେ ପ୍ରଦାନ କରିବାକୁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତି ନିଆଯାଇଛି। ଏଥିପାଇଁ ୧ଲକ୍ଷ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର।

Comments are closed.