କ୍ଷୀର ପାଇଁ ଘରୁ ବାହାରିଥିଲେ, ପୁଲିସ ପିଟି ପିଟି ମାରିଦେଲା

କୋଲାକାତା: ପୁଲିସ ମାଡ଼ରେ ଜଣେ ୩୨ ବର୍ଷିୟ ଯୁବକଙ୍କର ମୃତ୍ୟୁ ହୋଇଛି। ଲକ୍ଡାଉନ୍ ସମୟରେ ସେ କ୍ଷୀର କିଣିବାକୁ ଘରୁ ବାହାରକୁ ବାହାରିଥିଲେ। ପୁଲିସ ମାଡ଼ରେ ଗରୁତର ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ଡାକ୍ତ ସେଠାରେ ଯୁବକ ଜଣଙ୍କୁ ମୃତ ଘୋଷଣା କରିଥିଲେ।
ହାଓଡ଼ା ବାସିନ୍ଦା ଲାଲ୍ ସ୍ବାମୀ ନାମକ ଏହି ବ୍ୟକ୍ତି ଘରୁ କ୍ଷୀର ନେବାକୁ ବାହାରକୁ ଆସିଥିଲେ। ଏକ ଗହଳି ଉପରେ ପୁଲିସ ସାମୁହିକ ଲାଠିମାଡ଼ କରିଥିବା ବେଳେ ଲାଲ୍ଙ୍କୁ ମଧ୍ୟ ମାଡ଼ ପଡ଼ିଥିଲା। ଏଥିରେ ସେ ଆହତ ହେବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା।
ତେବେ ମୃତକ ଜଣକ ପୂର୍ବରୁ ରୋଗଗ୍ରସ୍ତ ଥିଲେ ଓ ତାଙ୍କ ମୃତ୍ୟୁ ହାର୍ଟଆଟାକ୍ ଯୋଗୁଁ ହୋଇଛି ବୋଲି ପୁଲିସ ଦାବି କରିଛି।
ପଶ୍ଚିମବଙ୍ଗରେ ଏଯାବତ୍ ୧୦ ଜଣ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।
Comments are closed.