କରୋନା: ଇଟାଲି ଓ ଚୀନକୁ ବଳିଗଲା ଆମେରିକା

ଓଏଲ୍ ବ୍ୟୁରୋ: ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ସଂକ୍ରମଣ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଚୀନ୍ ଆଉ ଇତାଲିକୁ ବି ବଳିଯାଇଛି ଆମେରିକାର ସଂକ୍ରମିତଙ୍କ ସଂଖ୍ୟା। ଏବେ ସୁଦ୍ଧା ଆମେରିକାରେ ୮୫,୪୩୫ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ବିଶ୍ବରେ ଏହା ସର୍ବାଧିକ। ଆମେରିକା ପଛକୁ ରହିଛି ଚୀନ୍। ଏଠାରେ ୮୧,୩୪୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଇତାଲିରେ ୮୦,୫୮୯ ଜଣ ଆକ୍ରାନ୍ତ ହୋଇଛନ୍ତି।
ଆମ ପଡ଼ୋଶୀ ପାକିସ୍ତାନରେ ୧,୨୦୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହେଲାଣି। ଆମ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨୭ ହୋଇଥିବା ବେଳେ ୨୦ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ବାଂଲାଦେଶରେ ମାତ୍ର ୪୪ ଜଣ ଆକ୍ରାନ୍ତ ହୋଇଥିଲେ ହେଁ ୫ ଜଣଙ୍କର ମୃତ୍ୟୁ ଘଟିଲାଣି। ଆଫଗାନିସ୍ଥାନରେ ୯୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଶ୍ରୀଲଙ୍କାରେ ୧୦୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ନେପାଳରେ ୩, ଭୁଟାନରେ ୨ ଓ ମାଲଦୀପ୍ସରେ ୧୩ ଜଣ ଆକ୍ରାନ୍ତ ହୋଇଛନ୍ତି।
ବିଶ୍ବରେ ଏଯାବତ୍ ସମୁଦାୟ ୫,୩୧,୮୬୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୪,୦୭୩ ଜଣଙ୍କର ମୃତ୍ୟୁ ଘଟିଲାଣି।
Comments are closed.