ପ୍ରବାସୀ ଓଡ଼ିଆ ସଙ୍ଗଠନଙ୍କୁ ସହଯୋଗ ମାଗିଲେ ନବୀନ, କହିଲେ ଫସି ରହିଥିବା ଓଡ଼ିଆଙ୍କୁ ସାହାଯ୍ୟ କର

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ଲକ ଡାଉନ। ଲକ ଉାଉନ ଫଳରେ ବାହାର ରାଜ୍ୟରେ ଫସି ରହିଛନ୍ତି ଅନେକ ଓଡ଼ିଆ ବାସୀ। ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆ ମାନଙ୍କୁ ସାହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପ୍ରବାସୀ ଓଡ଼ିଆ ସଙ୍ଗଠନକୁ ଅନୁରୋଧ କରିଛନ୍ତି। ସେ ଏକ ଭିଡିଓ ମାଧ୍ୟମରେ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ମୁକାବିଲା ସମୟରେ ରାଜ୍ୟ ବାହାରେ ବହୁ ଓଡ଼ିଆ ଲୋକ ବିଭିନ୍ନ ସ୍ଥାନରେ ଫସିଥିବା ନେଇ ଖବର ମିଳିବାରେ ଲାଗିଛି। ଏହି ବିପଦ ସମୟରେ ରାଜ୍ୟ ବାହାରେ ଫସିଥିବା ଓଡ଼ିଆମାନଙ୍କୁ ସହାୟତା ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟ ବାହାରେ ଥିବା ସମସ୍ତ ଓଡିଆ ସଙ୍ଗଠନକୁ ଅନୁରୋଧ କରିଛନ୍ତି। ପ୍ରବାସୀ ଓଡ଼ଆ ସଙ୍ଗଠନ ଫସି ରହିଥିବା ଓଡ଼ିଆ ଲୋକଙ୍କୁ ଖାଦ୍ୟ, ଔଷଧ ଯୋଗାଇ ଦିଅନ୍ତୁ, ସେ ବାବଦ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯିବ।’ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
Many Odias are stranded in various States. Hon'ble CM Sri @Naveen_Odisha has requested other CMs to assist them through local administration. Hon'ble CM also requested Odia Associations
and Odias residing in various parts of India to come forward to help the fellow Odias. pic.twitter.com/0q6UPecnHF— I & PR Department, Odisha (@IPR_Odisha) March 28, 2020
ପୂର୍ବରୁ ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କ ସହାୟତା ପାଇଁ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ। ଓଡ଼ିଶା ବାହାରେ ଫସି ରହିଥିବା ଓଡ଼ିଆଙ୍କ ସୁରକ୍ଷା ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଥିଲେ।
Comments are closed.