ଦକ୍ଷିଣ ଆଫ୍ରିକା ବୋଲର ଛାଡ଼ିଲେ ନିଜ ଦେଶ, ଏବେ ଏହି ଦେଶ ପାଇଁ ଖେଳିବେ କ୍ରିକେଟ

ଓଏଲ୍ ବ୍ୟୁରୋ: କ୍ରିକେଟ ପ୍ରେମୀ ଆଉ ଅଫ ସ୍ପିନର ଡେନ୍ ପିଟ୍ଙ୍କୁ ଦକ୍ଷିଣ ଆଫ୍ରିକା ଦଳରେ ଦେଖିବାକୁ ପାଇବେନି। କାରଣ ସେ ଆଉ ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ରିକେଟ ଖେଳିବେ ନାହିଁ। ଆମେରିକାକୁ ବିଶ୍ୱକପ କ୍ରିକେଟ ଖେଳାଇବା ଦିଗରେ ସେ ସମସ୍ତ ପ୍ରକାରର ଉଦ୍ୟମ କରିବେ ଓ ଏଥିପାଇଁ ସେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଖେଳିବେ ନାହିଁ ବୋଲି ସେ କହିଛନ୍ତି।
ସେ କହିଛନ୍ତି, “ଆମେରିକା ଗତବର୍ଷ ଦିନିକିଆ ଟିମ୍ର ମାନ୍ୟତା ପାଇଛି। ତେଣୁ ଆମେରିକା ଗୋଟିଏ ଦିନ ବିଶ୍ୱକପ ଖେଳିବ। ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ମୁଁ ଏହି ବଡ଼ ନିଷ୍ପତ୍ତି ନେଇଛି। ଆଜି ସକାଳେ ମୁଁ ମାଇନର ଲିଗ୍ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଚୁକ୍ତି କରିଛି। ହେଲେ ମୁଁ କେବେ ସେଠାକୁ ଗସ୍ତ କରିବି ଜାଣିନାହିଁ। ମୋ ପାଇଁ ଏହା ଏକ ସୁଯୋଗ। ମୁଁ ଏହାକୁ ହାତ ଛଡ଼ା କରିବାକୁ ଚାହୁଁନାହିଁ।”
ଡେନ୍ ପିଟ୍ ୨୦୧୪ ଅଗଷ୍ଟ ୯ ତାରିଖରେ ଦକ୍ଷିଣ ଆଫ୍ରିକା ଦଳ ପକ୍ଷରୁ ଡେବ୍ୟୁ କରିଥିଲେ। ସେ ତାଙ୍କର ପ୍ରଥମ ମ୍ୟାଚରେ ୮ଓ୍ବିକେଟ ନେଇଥିଲେ। ସେ ମୋଟ ୯ଟି ଟେଷ୍ଟ ମ୍ୟାଚ ଖେଳି ୨୬ଟି ଓ୍ବିକେଟ ନେଇଛନ୍ତି।
Comments are closed.