Odisha Link
Bridging the Missing Links in Odisha

ଗରୀବଙ୍କୁ ମାଗଣା ରନ୍ଧାଖାଦ୍ୟ, ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ସହାୟତା

ଭୁବନେଶ୍ବର: ରାଜ୍ୟରେ କରୋନା ଜନିତ ଲକ୍‌ଡାଉନ୍‌ଖୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଗରିବ ଲୋକଙ୍କୁ ମାଗଣା ରନ୍ଧାଖାଦ୍ୟ ଦେବା ସହ ରାଜ୍ୟ ସରକାର ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ସହଯୋଗ ରାଶି ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ପଞ୍ଚାୟତ ସ୍ତରରେ ଗରିବ ଲୋକଙ୍କ ପାଇଁ ଏସ୍‌ଏଚ୍‌ଜି ଜରିଆରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ। ଗରିବ ଲୋକାମାନେ ଇଚ୍ଛାକଲେ ଏ ଖାଦ୍ୟ ଘରକୁ ନେଇପାରିବେ। ପ୍ରତି ପଞ୍ଚାୟତରେ ୧୦୦ରୁ ୨୦୦ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯିବ। ଏହା ଦ୍ବାରା ରାଜ୍ୟରେ ୧୦,୦୦୦ ଗରିବ ଲୋକ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି।

ଅନୁରୂପ ଭାବେ ରାଜ୍ୟର ୧୧୪ଟି ସହରାଞ୍ଚଳରେ ଜୀବିକା ହରାଇଥିବା ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ସହଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ଦ୍ବାରା ୬୫,୦୦୦ ପଞ୍ଜିକୃତ ଉଠାଦୋକାନୀ ଲାଭବାନ ହେବେ।

Comments are closed.