ଜାମା ମସ୍ଜିଦରୁ ଫେରିଥିବା ବ୍ୟକ୍ତି କରୋନାରେ ମୃତ, କ୍ବାରାଣ୍ଟିନ୍ରେ ୩ ପତ୍ନୀ ୨୦ ସନ୍ତାନ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ତୃତୀୟ କରୋନା ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ୬୫ ବର୍ଷ। ସେ ଦିଲ୍ଲୀରୁ ଜାମା ମସ୍ଜିଦ୍ରେ ରହିଥିଲେ ଓ ମାର୍ଚ୍ଚ ୧୧ ତାରିଖରେ ଟ୍ରେନ୍ ଯୋଗେ କର୍ଣ୍ଣାଟକ ଫେରିଥିଲେ। ତାଙ୍କର ୩ ଜଣ ପତ୍ନୀ ଓ ୨୦ ଜଣ ସନ୍ତାନ ଅଛନ୍ତି। ସମସ୍ତଙ୍କୁ କ୍ବାରାଣ୍ଟିନରେ ରଖାଯାଇଛି।
କର୍ଣ୍ଣାଟକର ତୁମକୁର ଜିଲ୍ଲାରେ ମୃତକଙ୍କ ଘର। ଶୁକ୍ରବାର ଦିନ ତାଙ୍କର କରୋନ ଭୂତାଣୁ ଆକ୍ରାନ୍ତରେ ମୃତ୍ୟୁ ହୋଇଛି। ଏହି ବ୍ୟକ୍ତି ଜଣକ ମୃତ୍ୟୁ ପୂର୍ବରୁ ୩୩ ଜଣ ପରିବାର ସଦସ୍ୟଙ୍କ ସଂସ୍ପର୍ଶରେ ଆସିଥିବା ତୁମକୁର ଉପଜିଲ୍ଲାପାଳ ରାଜେଶ କୁମାର ସୂଚନା ଦେଇଛନ୍ତି। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରେ ତାଙ୍କର ୩ ପତ୍ନୀ, ୨୦ ଜଣ ସନ୍ତାନ ଓ ୧୦ ଜଣ ପରିବାର ସଦସ୍ୟ ଅଛନ୍ତି। ଏହି ୩୩ ଜଣଙ୍କୁ କ୍ବାରାଣ୍ଟିନ୍ରେ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।
କର୍ଣ୍ଣାଟକରେ ଏଯାଏଁ ୬୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି।
Comments are closed.