ଓଡ଼ିଶା ବାହାରେ ୧ ଲକ୍ଷ ଓଡ଼ିଆ ଫସିଛନ୍ତି

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା କରିବା ପାଇଁ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ୨୧ ଦିନିଆ ଲକ୍ଡାଉନ୍ ଘୋଷଣା ହେବା ପରେ ବାହାର ରାଜ୍ୟରେ ଥିବା ଓଡ଼ିଆମାନେ ନିଜ ଘରକୁ ଫେରି ପାରି ନାହାନ୍ତି। ବସ୍, ଟ୍ରେନ୍ ବାତିଲ ହୋଇଥିବାରୁ ବହୁ ଓଡ଼ିଆ ଫସିଛନ୍ତି। ଏବେ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ଲାଇନ୍ ଅନୁସାରେ ଯିଏ ଯେଉଁଠି ଅଛନ୍ତି ସେଇଠି ରହିବେ।
ଫଳରେ ଲକ୍ଡାଉନ୍ ଯୋଗୁଁ ବହାର ରାଜ୍ୟରେ ପ୍ରାୟ ୧ ଲକ୍ଷ ଓଡ଼ିଆ ଫସିଛନ୍ତି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ। ଯେଉଁ ରାଜ୍ୟରେ ଓଡ଼ିଶାର ଲୋକ ଅଟକିଛନ୍ତି ସେଠାରେ ସେମାନଙ୍କ ରହିବା ଖାଇବା ଦାୟିତ୍ୱ ସଂପୃକ୍ତ ରାଜ୍ୟ ସରକାର ବୁଝିବେ ବୋଲି ସେ କହିଛନ୍ତି।
ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଆଜି କରୋନା କଣ୍ଟ୍ରୋଲ ରୁମ୍କୁ ଆସି ସ୍ଥିତି ସମୀକ୍ଷା କରିଥିଲେ। କେଉଁ ରାଜ୍ରରେ କେତେ ଶ୍ରମିକ ଅଟକିଛନ୍ତି ତାର ସମୀକ୍ଷା କରିଥିଲେ। ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଯେଉଁ ରାଜ୍ୟରେ ଆମ ରାଜ୍ୟର ଶ୍ରମିକମାନେ ଫସିଛନ୍ତି ସେମାନଙ୍କ ଦାୟିତ୍ୱ ସଂପୃକ୍ତ ରାଜ୍ୟ ସରକାର ବୁଝିବେ। ସେମାନଙ୍କ ବାବଦରେ ଯାହା ଖର୍ଚ୍ଚ ହେବ ତାହା ଓଡ଼ିଶା ସରକାର ବହନ କରିବେ।
Comments are closed.