କଟକରେ କରୋନା ଚିକିତ୍ସାଳୟ: ଅଶ୍ବିନୀ ହସ୍ପିଟାଲ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା

କଟକ: ଭୁବନେଶ୍ବର ପରି କଟକରେ ମଧ୍ୟ ଏକ ଅତ୍ୟାଧୁନିକ କୋଭିଡ୍-୧୯ ହସ୍ପିଟାଲ ପ୍ରତିଷ୍ଠା କରାଯିବ। ଏଥିପାଇଁ ଅଶ୍ବିନୀ ହସ୍ପିଟାଲ ପରିସରକୁ ବଛାଯାଇଥିବା ବେଳେ ଆଜି ଏହା ବୁଲି ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍ ବାଲାକ୍ରିଷ୍ଣନ୍। ତାଙ୍କ ସହ ପୂର୍ତ୍ତ ସଚିବ କିଶନ୍ କୁମାର ଓ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ମଧ୍ୟ ପରିଦର୍ଶନରେ ଯାଇଥିଲେ। ଖୁବ୍ ଶୀଘ୍ର ଏଠାରେ କୋଭିଡ୍-୧୯ ଚିକିତ୍ସାଳୟ ପ୍ରତିଷ୍ଠା ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ରହିଛି।
Comments are closed.