ଡିଜିଟାଲ ପେମେଣ୍ଟ କରନ୍ତୁ: ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ମହାମାରୀ କରୋନ ଭାଇରସ୍ର ମୁକାବିଲା କରିବା ପାଇଁ ୨୧ ଦିନ ପାଇଁ ସାରା ଦେଶ ଲକଡାଉନ ହୋଇଛି। ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଗୋଟିଏ ମାତ୍ର ଉପାୟ ହେଉଛି ସାମାଜିକ ଦୁରତ୍ବ। କରୋନା ଭାଇରସର ଭୟାବହତାକୁ ନଜରରେ ରଖି ଲକଡାଉନ ନିୟମ ପାଳନ କରିବା ପାଇଁ ଜନସାଧାରଣଙ୍କୁ ସର୍ବଦା ପରାମର୍ଶ ଦେଉଛନ୍ତି ସରକାର।
ଏହାରି ମଧ୍ୟରେ ଭରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ଭିଡିଓ ଶେୟାର କରିଛନ୍ତି। ଏହି ମହାମାରୀରୁ ମୁକୁଳିବା ପାଇଁ ସେ ଡିଜିଟାଲ ନେଣ ଦେଣ କରିବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି। ସେ କହିଛନ୍ତି କରୋନା ଭାଇରସ୍ ଦେଶ ପାଇଁ ବଡ଼ ସଙ୍କଟ ଅଟେ।
ଭିଡିଓରେ ଶକ୍ତକାନ୍ତ ଦାସ କହିଛନ୍ତି ଯେ, କରୋନା ଭାଇରସ୍ ପାଇଁ ଦେଶ ସଙ୍କଟରେ ରହିଛି। ଏଭଳି ସମୟରେ ଲୋକମାନେ ଘରେ ରହି ଡିଜିଟାଲ ଟ୍ରାଜନାକ୍ସନ କରନ୍ତୁ। ଏଥିପାଇଁ ଡେବିଟ କାର୍ଡ, କ୍ରେଡିଟ୍ କାର୍ଡ, ମୋବାଇଲ ଆପ୍ ମାଧ୍ୟମରେ ଟଙ୍କା ନେଣ ଦେଣ ପକ୍ରିୟାରେ କରନ୍ତୁ ବୋଲି ଶକ୍ତକାନ୍ତ ଦାସ କହିଛନ୍ତି।
ଲକଡାଉନ ସମୟରେ ଯଦି ଲୋକ ଟଙ୍କା ନେଣ ଦେଣ ପକ୍ରିୟା ଜାରି ରଖିବେ ତେବେ ଜଣେ ଅନ୍ୟ ଜଣକ ସଂସ୍ପର୍ଶରେ ଆସିବେ ଯାହା ଫଳରେ କରୋନ ଭାଇରସ୍ ଆରାମରେ ବ୍ୟାପିବ ବୋଲି କହିଛନ୍ତି ଶ୍ରୀ ଦାସ। ,ଭଳି ସମୟରେ ଡିଜିଟାଲ ଟଙ୍କା ନେଣ ଦେଣ ପ୍ରକ୍ରିୟା ସୁରକ୍ଷିତ ବୋଲି ଭିଡିଓରେ କହିଛନ୍ତି।
RBI Governor @DasShaktikanta message on safety measures during difficult times!
Pay digital, stay safe!#rbitoday #rbigovernor #COVID19#IndiaFightsCoronavirus#StayCleanStaySafeGoDigital pic.twitter.com/MEe68lr5kc— ReserveBankOfIndia (@RBI) March 27, 2020
Comments are closed.