ଲକଡାଉନ: ପୋଲିସ୍ ଏବଂ ଅସହାୟ ଲୋକଙ୍କୁ ପାନୀୟ ଜଳ,ଫଳ ବାଣ୍ଟିଲା ଆର୍ଏସ୍ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ

ଭୁବନେଶ୍ବର: ମହାମାରୀ କରୋନା ଭାଇରସରୁ ମୁକୁଳିବା ପାଇଁ ୨୧ ଦିନ ପାଇଁ ସାରା ଦେଶ ଲକଡାଉନ ହୋଇଛି। ମହାମାରୀ କରୋନାର ମୁକାବିଲା କରିବା ସରକାରଙ୍କଠୁ ଆରମ୍ଭ କରି ବେସରକାରୀ ସଂସ୍ଥା ଅଣ୍ଟା ଭିଡିଛନ୍ତି। ଏହି ମହାମାରୀର ମୁକାବିଲା ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଉଛନ୍ତି। ସରକାର, ବିଭିନ୍ନ ଶିଳ୍ପ ସଂସ୍ଥା, କଳାକାର, ଖେଳାଳୀ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଦାନ କରୁଛନ୍ତି।
ଅପରପକ୍ଷେ ଲକଡାଉନ ପାଇଁ ରାସ୍ତାଘାଟ ଶୁନଶାନ। ହେଲେ ଲକଡାଉନ ସମୟରେ ସମସ୍ତେ ଘରେ ଥିବା ବେଳେ ପୋଳିସ୍ କର୍ମଚାରୀ ମାନେ ରାସ୍ତାଘାଟରେ ନିଜର କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଳକଡାଉନ ସମୟରେ ଦୋକାନ ବଜାର ବନ୍ଦ ରହୁଥିବାରୁ ଖାଇବା ପିଇବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ପୋଲି୍ସ କର୍ମଚାରୀ ମାନେ। ହେଲେ କଥାରେ ଅଛି ମାନବ ସେବା ହିଁ ମାଧବ ସେବା। ଆଉ ଏହି ଉକ୍ତିକୁ ସାର୍ଥକ କରିଛନ୍ତି ଜଗନ୍ନାଥ ପ୍ରସାଦ ଆର୍ଏସ୍ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ସମାଜସେବୀ ମାନେ।
ଏହି ସମୟରେ ଜଗନ୍ନାଥ ପ୍ରସାଦ ଆର୍ଏସ୍ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ସମାଜସେବୀ ଶ୍ରୀହରି ନାୟକ, ଶୁଭମ୍ ସ୍ୱାଇଁ ଓ ଅନ୍ୟମାନେ ନିଜର କର୍ତ୍ତବ୍ୟ ଦୃଷ୍ଟିରୁ ପୋଲିସ୍ ଏବଂ ଅସହାୟ ଲୋକଙ୍କୁ ପାନୀୟ ଜଳ,ଫଳ ଏବଂ ବିସ୍କୁଟ ବଣ୍ଟନ କରିଛନ୍ତି। ଆର୍ଏସ୍ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ଏଭଳି କାର୍ଯ୍ୟକୁୁ ସ୍ଥାନୀୟବାସୀ ପ୍ରଶଂସା କରିଛନ୍ତି।