କରୋନା ସହାୟତା: ୧ ମାସର ଦରମା ଓ ଏମପିଲାଡ୍ ପାଣ୍ଠିରୁ ଏକ କୋଟି ଟଙ୍କା ଦେଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭୂତାଣୁ ବିରୋଧରେ ମୁକାବିଲା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠିକୁ ନିଜ ମାସକର ଦରମା ସମେତ ସାଂସଦ ସ୍ଥାନୀୟ ଅଂଚଳ ବିକାଶ ପାଣ୍ଠି(ଏମପିଲାଡ୍)ରୁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି।
ଏହି କଠିନ ସମୟରେ, ଆସନ୍ତୁ ଯେଉଁମାନେ ଆମ ଠାରୁ ଅଧିକ ଆବଶ୍ୟକତା ରଖୁଛନ୍ତି ସେମାନଙ୍କ ପାଇଁ ଛିଡା ହେବା ।
କରୋନା ମହାମାରୀକୁ ଦୃଷ୍ଟିରେ ରଖି ମୁଁ ମୋ ମାସକର ଦରମା ଏବଂ ମୋର ସାଂସଦ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି ବା ଏମପିଲାଡ୍ ପାଣ୍ଠିରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ ପାଣ୍ଠିକୁ 1 କୋଟି ଟଙ୍କା ପ୍ରଦାନ କରୁଛି ।
— Dharmendra Pradhan (@dpradhanbjp) March 29, 2020
ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି ଜଣାଇବା ସହ ଉଲ୍ଲେଖ କରିଛନ୍ତି ଯେ ଏହି କଠିନ ସମୟରେ, ଆସନ୍ତୁ ଯେଉଁମାନେ ଆମ ଠାରୁ ଅଧିକ ଆବଶ୍ୟକତା ରଖୁଛନ୍ତି ସେମାନଙ୍କ ସହ ଛିଡା ହେବା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ମୁଁ ମୋ ମାସକର ଦରମା ଏବଂ ମୋର ଏମପିଲାଡ୍ ପାଣ୍ଠିରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରୁଛି । ଏହି ଅର୍ଥ ସୁବିଧାରୁ ବଂଚିତ ଲୋକମାନଙ୍କ ମୁହଁରେ ହସ ଫୁଟାଇବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି।
Comments are closed.