ଭାରତ: ୧୧୭୧ କରୋନା ଆକ୍ରାନ୍ତ, ୩୧ ମୃତ
![](https://www.odishalink.com/wp-content/uploads/2020/03/Coronavirus-1.jpg)
ନୂଆଦିଲ୍ଲୀ: ଦେଶବ୍ୟାପୀ ଲକ୍ଡାଉନ୍ ସତ୍ତ୍ବେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସୁଦ୍ଧା ଦେଶରେ ୧୧୭୧ ଜଣ ଏହି ଭୟଙ୍କର ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ କେନ୍ଦ୍ର ସରକାରଙ୍କର କୋଭିଡ୍-୧୯ ଓ୍ବେବସାଇଟ୍ରେ ଅକ୍ରାନ୍ତଙ୍କ ସଂଖ୍ୟା ୯୪୨ ଉଲ୍ଲେଖ ଥିବା ବେଳେ ମୃତକଙ୍କ ସଂଖ୍ୟା ରହିଛି ୨୯।
ଦେଶରେ ଆଜି ସକାଳ ୧୦ଟା ସୁଦ୍ଧା ୧୧୭୧ ଜଣ ଆକ୍ରାନ୍ତ ହୋଇଥିବା ଉଲ୍ଲେଖ କରିଛି ଇଣ୍ଡିଆ ଟୁଡେ।
ବିଶ୍ବରେ ଏଯାବତ ୭,୨୧,୯୦୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୩,୯୬୫ ଜଣ ମୃତ୍ୟୁବରଣ କରିଛନ୍ତି।
Comments are closed.